ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୃତି ରକ୍ଷା ନ କରିବା ସହିଦମାନଙ୍କ ପ୍ରତି ଅପମାନ :ମହାସଭା। 

0

ଶହୀଦଙ୍କ ୧୬୦ତମ “ଆତ୍ମୋତ୍ସର୍ଗ” ଦିବସ ପାଳିତ।

ଝାରସୁଗୁଡ଼ା :(ସୁଭାଷ ସହାରେ)-କୋଲାବିରା ଗଢ଼ଠାରେ ଆଜି କୋଲାବିରା ଜମିଦାର କରୁଣାକର ସିଂହ ନାଏକ ଭାଇ ଖଗ ନାଏକ ଓ ପୁତୁରା କହ୍ନେଇ ନାଏକଙ୍କ ୧୬୦ ତମ “ଆତ୍ମୋତ୍ସର୍ଗ” ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା, ସମ୍ମିଲିତ ଆଦିବାସୀ ସମାଜ ଓ ସହିଦ କରୁଣାକର ସିଂହ ନାଏକ ସ୍ମୃତି ଟ୍ରଷ୍ଟ ମିଳିତ ଉଦ୍ୟମରେ ପାଳିତ ହୋଇଯାଇଛି। 

ଏହି ଅବସରରେ ପ୍ରଥମେ ଜମିଦାରଙ୍କ ଦାୟଦ ଓ ରାଜମାତାଙ୍କୁ ଆମନ୍ତ୍ରଣ କରି ପାରମ୍ପରିକ ଶୋଭାଯାତ୍ରାରେ କରୁଣାକରଙ୍କର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ନିଆଯାଇଥିଲା ଓ ମାଲ୍ୟାର୍ପଣ ପରେ ସମସ୍ତ ତିନିଜଣ ସହିଦଙ୍କର ବୀରତ୍ବର ସ୍ମୃତିଚାରଣ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ, ବିଗତ ୨୦୧୮ ଡିସେମ୍ବର ୨୧ ତାରିଖ ଦିନ ଏହି “ଆତ୍ମୋସ୍ୱର୍ଗ ଦିବସ”ରେ  ଓଡ଼ିଶାର ମୂଖ୍ୟମନ୍ତ୍ରୀ ଦେଇଥିବା ପ୍ରତଶ୍ରୁତିକୁ ମନେ ପକାଇ ଏହି ତିନି ଜଣଙ୍କୁ ସହିଦ ମାନ୍ୟତା ପ୍ରଦାନ, କୋଲାବିରା ଗଢ଼ର ସୁରକ୍ଷା ଓ ସହିଦ କରୁଣାକର ସ୍ମୃତି ଟ୍ରଷ୍ଟକୁ ୫୦ ଲକ୍ଷ ଟଙ୍କା ଅନୁଦାନ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବାରୁ ଏହା ସହିଦମାନଙ୍କ ପ୍ରତି ଅପମାନ ଓ ଏଥିପାଇଁ  ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଥିଲେ।

ଏଥିପାଇଁ କୋଲାବିରା ଭଳି ସୁରେନ୍ଦ୍ର ସାଏଙ୍କର ମୁକ୍ତି ସଂଗ୍ରାମରେ ଯୋଗ ଦେଇଥିବା ସମସ୍ତ ୧୦ଟି ଗଢ଼ର ସ୍ମୃତି ରକ୍ଷା ପାଇଁ ସଂଗଠନ କାମ କରିବ ବୋଲି ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ଜଣେଇଛନ୍ତି। ମୂଖ୍ୟମନ୍ତ୍ରୀଙ୍କର ପ୍ରତିଶ୍ରୁତି ମିଥ୍ୟା ହେବ ବୋଲି ସମସ୍ତଙ୍କ ମନରେ ଧାରଣା ସୃଷ୍ଟି କରୁଛି।

ଏହି ଅବସରରେ ସମ୍ମିଳିତ ଆଦିବାସୀ ସମାଜର ସଭାପତି ବୁନ୍ଦେ ଧୁରୁଆ, ମହାସଚିବ ପ୍ରଭାକର ଓରାମ, ସମାଜସେବୀ ଶୋଭାଚନ୍ଦ୍ର ନାଏକ, ସାସର ଉପସଭାପତି କୃଷ୍ଣଚନ୍ଦ୍ର ଭୁଏ, ଗୋଁଣ୍ଡୱନା ଗୋଁଣ୍ଡ ମହାସଭାର ଜିଲ୍ଲା ସଭାପତି ଡ଼ମ୍ବରୁଧର ନାଏକ, ସାସର କାର୍ଯ୍ୟକାରୀ ସଦସ୍ୟ ରତ୍ନାକର ପ୍ରଧାନ, କାର୍ଯ୍ୟକାରୀ ସଭାପତି ରୁଦ୍ର ପ୍ରତାପ ସିଂହ, ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ସମ୍ବଲପୁର ଜିଲ୍ଲା ସଭାପତି ସନ୍ତୋଷ କୁମାର ଭୋଇ, ସଂପାଦକ ରାଜେଶ ନେଟୀ,ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର କାର୍ତ୍ତିକ ଓରାମ, ମନୋଜ ଧୁରୁଆ, ଫକୀର ନାଏକ, ମାଧବ ସିଂହ ନାଏକ, ପ୍ରେମସାଗର ଧୁରୁଆ,ଦାମୋଦର ପରେଖ, ଗୋବିନ୍ଦ ଚନ୍ଦ୍ର ଭୁଏ, ମନ୍ମଥ ନାରାୟଣ ସିଂହଙ୍କ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.