ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜରଙ୍କ ଗାଡ଼ିରୁ ଟଙ୍କା ଲୁଟ ଘଟଣା। କଏଦ ହେଲା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବମ୍ବେ ଛକରେ ଜନୈକ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜରଙ୍କ କାଳରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟି ହେବା ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଜଣାପଡ଼ିଛି। ଘଟଣା ଭିଆଇ ଥିବା ଦୁଇଜଣ ଦୁର୍ବୁର୍ତ୍ତଙ୍କ ଭିଡିଓ ଏକ ସିସିଟିଭି କ୍ୟାମେରାରେ ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଏହି ରେକର୍ଡକୁ ଭିତ୍ତି କରି ପୋଲିସ ତଦନ୍ତକୁ ଆଗେଇ ନେବାକୁ ସୁବିଧା ହେବ ବୋଲି   ଆଶା କରାଯାଉଛି। 

ସୂଚନାଯୋଗ୍ୟ ଯେ ଗତକାଲି ଝାରସୁଗୁଡ଼ାର ଗୋଟିଏ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜର ଦିନେଶ ସାହୁ ଏକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଇ ବମ୍ବେ ଛକଠାରେ ଏକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଓହ୍ଲାଇଥିବା ବେଳେ ଦୁଇଜଣ ବାଇକ ଆରୋହୀ ତାଙ୍କ କାରର ବାମପାର୍ଶ୍ବର ପଛ ସିଟରୁ ଟଙ୍କା ବ୍ୟାଗ ଉଠାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାକୁ ନେଇ ଝାରସୁଗୁଡ଼ା ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Leave A Reply

Your email address will not be published.