ରାଜ୍ୟ ବିଜେପି ସଭାପତିଙ୍କ ଝାରସୁଗୁଡ଼ା ଗସ୍ତ। 

0

 

ଝାରସୁଗୁଡ଼ା:(ସୁବାସ ସାହାରେ ) : ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଝାରସୁଗୁଡ଼ା ଗସ୍ତ କରିଛନ୍ତି। ବିଜେପି କର୍ମୀମାନଙ୍କ ଦ୍ବାରା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇ ଏକ ବାଇକ ରେଲି ଦ୍ବାରା ସର୍କିଟ ହାଉସ୍ ପର୍ଯ୍ୟନ୍ତ ପାଛୋଟି ନିଆ ଯାଇଥିଲା। ଆଜି ଏହି ଅବସରରେ ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ପରୀ ଘଟଣାକୁ ନେଇ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ୨୦ କିଲୋମିଟର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିରୋଧରେ ଏକ ପଦଯାତ୍ରା ଅନୁଷ୍ଠିତ କରିବାକୁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହା ବ୍ୟତୀତ ନୂତନ କୃଷି ଆଇନ ସମର୍ଥନରେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ରାଜ୍ୟ ମହାସଚିବ ରବି ନାୟକ, ଜିଲ୍ଲା ପ୍ରଭାରୀ ଶଙ୍କର ଓରାମ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ ସଚିବ ସୀମାଞ୍ଚଳ ଖଟେଇଙ୍କ ବ୍ୟତୀତ ଶ୍ରୀମତୀ ରାଧାରାଣୀ ପଣ୍ଡା, ଦିନେଶ ଜୈନ, ସୁନୀଳ ପଣ୍ଡା,ନୱଲ ଅଗ୍ରୱାଲ, ସଞ୍ଜୟ ସିଂ, ବିଶ୍ବଜିତ ଷଡ଼ଙ୍ଗୀ, ସୋନୁ ଥେରାନୀ, ଶ୍ଳୋକ ଶର୍ମା, ବାବଲୁ ସିଂ ଓ ନେତାଜୀ ପଟ୍ଟନାୟକ ଉପସ୍ଥିତ ଥିଲେ।

Leave A Reply

Your email address will not be published.