ବ୍ୟାଟେରୀ ଚୋରି ଅଭିଯୋଗ ରେ ୨ ଗିରଫ

0

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଖମରା ପଞ୍ଚାୟତ ବମ୍ରିତ ଗ୍ରାମଠାରେ ଏୟାର୍ଟେଲ ଟାୱାର ଲାଗିଥିବା ଟାୱାର ଠାରୁ ବ୍ୟାଟେରୀ ଚୋରି କରିଥିବା ଅଭିଯୋଗ ରେ ଜଗଦଲପୁର ପୋଲିସ 2 ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦ୍ରହାଶ ପଟେଲ,ପ୍ରମୋଦ ରଣା ଅଭିଯୁକ୍ତ ମାନେ ଗତ ୧୦/୧୨ ବିଳମ୍ବିତ ରାତ୍ର ରେ ନିର୍ମାଣ ହୋଇଥିବା ଏୟାର୍ଟେଲ ଟାୱାର କୁ ଯାଇ ୨୪ ଗୋଟି ବ୍ୟାଟେରୀ ଚୋରି କରି ଓଡ଼ି ୧୭ ଜି ୫୬୨୬ ଏକ ବିକେ ରେ ନେଇଥିଲେ ଏୟାର୍ଟେଲ ଟାୱାର କର୍ମଚ।ରି ମାନଙ୍କ ପାଖରୁ ଅଭିଯୋଗ ପାଇ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଳା ,ଏ ଏସ ଆଇ ସତ୍ୟାନନ୍ଦ ଭୋଇ,ହାବିଲଦାର ଜିତେନ୍ଦ୍ର ଦାଶ ପ୍ରମୁଖ ଘଟଣା ସ୍ଥଳ କୁ ପହଞ୍ଚି ଘଟଣା ର ତଦନ୍ତ କରି ଚନ୍ଦ୍ରହାଶ ଓ ପ୍ରମୋଦ କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଚୋରି ବ୍ୟାଟେରୀ ଉଦ୍ଧାର କରିଥିଲେ ଚୋରି କରି ନେଇଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି।କେଶ ନମ୍ବର ୬୧/୨୦,u/s୩୭୯/୩୪ ଆଇପିସି ଦଫା ରେ ପଦ୍ମପୁର କୋର୍ଟ କୁ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀମତୀ ବାର୍ଳା ସୂଚନା ଦେଇଛନ୍ତି।

Leave A Reply

Your email address will not be published.