ଝାରସୁଗୁଡ଼ା ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଉପକାରାଗାରର ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଭୀମଯୋର ଗ୍ରାମର ସନ୍ତୋଷ ପ୍ରଧାନ ନାମକ ଏହି କଏଦୀ ନିଜର ସ୍ତ୍ରୀଙ୍କ ହତ୍ୟା ଅଭିଯୋଗରେ ବିଚାରଧୀନ ଅବସ୍ଥାରେ ବନ୍ଦୀ ହୋଇ ରହିଥିଲେ। ସୂଚନା ଅନୁଯାୟୀ, ୪୪ ବର୍ଷ ବୟସ୍କ କଏଦୀ ସନ୍ତୋଷ ପ୍ରଧାନ ନାଳଝାଡ଼ାର ଶୀକାର ହୋଇ ଜେଲରେ ଚିକିତ୍ସିତ ହେଉଥିଲେ ବୋଲି ଜେଲର ସୂଚନା ଦେଇଛନ୍ତି । ଆଜି ସକାଳୁ ତାଙ୍କର ଶରୀର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ମୂଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଜେଲର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.