ବାର ଏସୋସିଏସନର ନୂତନ ସଭାପତି ନିର୍ବାଚିତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବାର ଏସୋସିଏସନର ସଭାପତି ନିର୍ବାଚନ ଆଜି ସମାପ୍ତ ହୋଇଯାଇଛି। ସଭାପତି ଦୌଡ଼ରେ ଦୁଇଜଣ ଥିବା ବେଳେ ଅନ୍ୟାନ୍ୟ ପଦବୀ ପାଇଁ ସମସ୍ତ ପ୍ରାର୍ଥୀ ଏହା ପୂର୍ବରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଯାଇଥିଲେ। 

ସୂଚନା ଅନୁଯାୟୀ ବରିଷ୍ଠ ଆଇନଜୀବୀ ତ୍ରିନାଥ ଗୁଆଲ ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ବନ୍ଦୀ ବନ୍ଦନା ମୁନ୍ଦ୍ରାଙ୍କଠାରୁ ୭୨ ଟି ଅଧିକ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି। ବନ୍ଦନା ମୁନ୍ଦ୍ରାଙ୍କୁ ୮୬ଟି ଭୋଟ ମିଳିଥିବା ବେଳେ ନବ ନିର୍ବାଚିତ ସଭାପତି ଶ୍ରୀ ଗୁଆଲ ୧୫୮ଟି ଭୋଟ ପାଇଛନ୍ତି।  ଝାରସୁଗୁଡ଼ା ଶାସକ ପ୍ରଶାସକ ଟିମ ପକ୍ଷରୁ ଶ୍ରୀ ଗୁଆଲଙ୍କ ବିଜୟ ପାଇଁ ଅନେକ ଅନେକ ଅଭିନନ୍ଦନ।

Leave A Reply

Your email address will not be published.