ମୁକ୍ତିଲାଭ କଲା ସମ୍ବଲପୁରୀ ଆଲବମ ଗୀତ ‘ବାପା ଗୋ ବାପା’!

0

ୟୁ ଟ୍ୟୁବରେ ଦୁଇ ଦିନରେ  72 ହଜାର ଭ୍ୟୁ ।

ଝାରସୁଗୁଡ଼ା :(ସୁଭାଷ ସହାରେ) -ଚଳନ୍ତି ସମାଜରେ ପରିବାରଗୁଡ଼ିକ ସବୁଠାରୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ହେଉଛି ମଦ। ହଜାର ହଜାର ପରିବାର ଉଜୁଡ଼ି ଯାଉଛନ୍ତି ମଦ ଯୋଗୁଁ। ପରିବାରର ସମ୍ପର୍କ ନଷ୍ଟ ହେଉଛି।ତଳିତଳାନ୍ତ ହେଉଛନ୍ତି ।ଏହିପରି ଏକ ବାର୍ତ୍ତାକୁ ଏକ ଆଲବମ ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି ସମ୍ବଲପୁରୀ ମସ୍ତି ପ୍ରଡକ୍ସନ୍। ବାପା ମଦ ପିଇ କିପରି ପରିବାରର ସର୍ବନାଶ କରୁଛି ଏବଂ ନିଜ ପତ୍ନୀ ଉପରେ ଅତ୍ୟାଚାର କରୁଛି ଏ ବିଷୟରେ ନିଖୁଣ ଭାବରେ ଉପସ୍ଥାପନ କରିଛନ୍ତି ଏହାର ନିର୍ଦ୍ଦେଶକ ମେହେର ଗୁଡ୍ଡୁ। ଏହାର ନିର୍ମାତାଯୁଗଳ ଦୀପକ ଓ ହେମସାଗର   ନିର୍ଦ୍ଦେଶକ ଗୁଡ୍ଡୁଙ୍କ ସହ ଚାରିମାସ ପୂର୍ବରୁ ଏହା ଉପରେ ଯୋଜନା କରିବା ପରେ ତାଙ୍କର ସ୍ବପ୍ନକୁ ସାର୍ଥକ କରିଥିଲେ ବୋଲି ମଦୁଆ ବାପା ଭୂମିକାରେ ଅତି ସୁନ୍ଦର ଭାବରେ ଅଭିନୟ କରିଥିବା ପଦ୍ମନାଭ ମାଳି। ପେଶାରେ ଜଣେ ଆଇନଜୀବୀ ଶ୍ରୀ ମାଳି ନିଜେ କେବେ ଯେ ମଦ୍ୟପାନ କରନ୍ତି ନାହିଁ ଏହା ତାଙ୍କର ଅଭିନୟକୁ ଦେଖିଲେ ବିଶ୍ବାସ କରି ହୁଏ ନାହିଁ। ଅନ୍ୟତମ ମୂଖ୍ୟ ଭୂମିକା ପୁଅ ନିଭାଇଛନ୍ତି ପଶ୍ଚିମ ଓଡ଼ିଶାର ବିଖ୍ୟାତ ଅଭିନେତା ଯୋଗେଶ ଜୋଜୋ। ତାଙ୍କ ମା’ ଭୂମିକାରେ ଅଭିନୟ କରିଥିବା ପରୀଙ୍କ ଅଭିନୟ ମଧ୍ୟ ବେଶ ମନଛୁଆଁ ହୋଇପାରିଛି। ୟୁଟ୍ୟୁବରେ ରିଲିଜ ହେବାର ଦୁଇଦିନ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ୭୨ ହଜାର ଥର ଦେଖା ଯାଇସାରିଛି। ପାଖାପାଖି ଛ’ହଜାର ଲାଇକ ପାଇଥିବା ଏହି ଗୀତଟି ଆହୁରି ଜନପ୍ରିୟତା ହାସଲ କରିବ ବୋଲି ଏହା ସହିତ  ସମ୍ପୃକ୍ତ ଟିମ ଆଶା ରଖିଛନ୍ତି।

Leave A Reply

Your email address will not be published.