ବେଣାକୁନ୍ଦ। ବାରଙ୍ଗ ନାଳ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୩ ଗୁରୁତର 

0

 

ଭଂଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ଥାନା ଅନ୍ତର୍ଗତ ବେଣାକୁନ୍ଦ। ମୁଖ୍ୟ ସଡକ ଉପରେ ଥିବା  ବାରଙ୍ଗ ନାଳ ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ କୁଲାଡ଼ ଗ୍ରାମର ସଂଜୀବ କୁମାର ସାହୁ ଓ ଶଙ୍କର ନାରାୟଣ ମହାପାତ୍ର ନିଜ ଗାଁ କୁଲାଡ଼ ରୁ ଭଞ୍ଜନଗର ଆସୁଥିବା ବେଳେ ସ୍ଥାନୀୟ ପଢାଳ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା ନିଜ ବାଇକରେ ଘରକୁ ଫେରୁଥିଲେ। ବେଣାକୁନ୍ଦ। ବାରଙ୍ଗ ନାଳ ମୁଖ୍ୟ ସଡକ ଉପରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହେଇଥିଲା। ଯାହା ଫଳରେ ତିନି ଜଣ ଯାକ ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରାଯାଇ ଏକ ଅଟୋ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କୃଷ୍ଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି

Leave A Reply

Your email address will not be published.