ଡାକ୍ତରଖାନାର ଅବହେଳା ଯୋଗୁଁ ପ୍ରାଣ ହରାଇଲେ କିଡନି ରୋଗୀ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର କୋଭିଡ ଡାକ୍ତରଖାନାରେ ଜଣେ ମହିଳା ରୋଗୀ ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରାଣ ହରାଇଥିବା ଅଭିଯୋଗ ଆସିଛି। ଝାରସୁଗୁଡ଼ା ଚିକିତ୍ସା ବିଭାଗ ଦ୍ବାରା ବାରମ୍ବାର ଅବହେଳା ଯୋଗୁଁ ଏପରି ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଖେଳିଯାଇଛି। 

ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର ବେହେରାମାଲରେ ଭଡ଼ା ରହୁଥିବା ସୁସ୍ମିତା ଶାଠୁଆ ଗତ ଦୁଇଦିନ ତଳେ ନିଜ ମାଆଙ୍କ ସହ ପାହାଡ଼ି ମନ୍ଦିରର ଦୁଇ ନମ୍ବର ଗଳିରେ ରହିବାକୁ ଆସିଥିଲେ। ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିବା ଶ୍ରୀମତୀ ଶାଠୁଆ ଡାୟଲିସିସ କରାଉଥିଲେ। ଚାରିଦିନ ପୂର୍ବରୁ ତାଙ୍କର କୋରୋନା ନମୂନା ପରୀକ୍ଷା ନେଗେଟିଭ ଆସିଥିଲା। ମାତ୍ର ଗତକାଲି ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କର ପୁଣି କୋରୋନା ପରୀକ୍ଷା କରାଯିବାରୁ ସେ ପଜିଟିଭ ଥିବା ଜଣା ପଡ଼ିଥିଲା। ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା, ମାତ୍ର ଡାକ୍ତରଙ୍କ ଆସିବାକୁ ବିଳମ୍ବ ହେବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ।  ପ୍ରଶାସନ ଏପରି ଘଟଣାକୁ ହାଲୁକା ଭାବରେ ନ ନେଇ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି।

Leave A Reply

Your email address will not be published.