ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହେଲେ ପାଞ୍ଚଜଣ ଯୁବକ। 

0

ଝାରସୁଗୁଡ଼ା:(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ସରବାହାଲର ପାଞ୍ଚଜଣ ଯୁବକଙ୍କୁ ଏକ ଘରୋଇ କମ୍ପାନୀ ଗୁରୁନାନକ ଇଞ୍ଜିନିୟରିଂଠାରୁ ଦାଦାବଟି ଅସୁଲ ଅଭିଯୋଗରେ  ଝାରସୁଗୁଡ଼ା ପୋଲିସ ଗିରଫ କରିଛି। ଏହି ପାଞ୍ଚଜଣ ଯୁବକ ଆଜି ସକାଳେ ବେଦାନ୍ତ ଅଧିନରେ ଥିବା ଏହି ଗୁରୁ ନାନକ ଇଞ୍ଜିନିୟରିଂକୁ ଦାଦାବଟି ଅସୁଲ କରିବାକୁ ଯାଇଥିଲେ। ମାତ୍ର କମ୍ପାନୀର ସୁପରଭାଇଜର ଜିତେନ୍ଦ୍ର ମିଶ୍ର ଓ ଏ କେ ଶ୍ରୀବାସ୍ତବ ଦାଦାବଟି ଦେବାକୁ ମନା କରିବାରୁ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ପୋଲିସ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ଅପରାହ୍ନ ୩ଟା ବେଳେ ପି ଏସ କେସ ନମ୍ବର ୮୮୬/୨୦୨୦ ଆଇପିସି ଧାରା ୩୮୫, ୫୦୬ ଏବଂ ୩୪ ଅନୁସାରେ ଗିରଫ କରି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ଆସନ୍ତା କାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.