ଧାନ ଅମଳ ମେସିନ ଓଲଟି ପଡ଼ି ଜଣେ ମୃତ ଓ ଜଣେ ଆହତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ଚିଚିଣ୍ଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।ଧାନ ଅମଳ ମେସିନ ଓଲଟି ଯାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। 

ସୂଚନା ଅନୁଯାୟୀ, ଚିଚିଣ୍ଡା ଗ୍ରାମରେ ଧାନ ଅମଳ ଚାଲିଥିବା ବେଳେ ଅମଳ ମେସିନ ଓଲଟି ଯାଇଥିଲା। ଫଳରେ ସୁଜଳ ଭୋଇ ନାମକ ଏକ ଶିଶୁର ମୃତ୍ୟୁ ହୋଇଥିବା ବେଳେ ପୀୟୁଷ ପଟେଲ ନାମକ ଜଣେ ବୟସ୍କ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି।

Leave A Reply

Your email address will not be published.