ସମ୍ବଲପୁର – (ରମାକାନ୍ତ ବିଶ୍ବାଳ)-ବରଗଡ ଜିଲ୍ଲା, ଅତାବିରା ଏନ୍ଏସି ଖଲିଆପାଲି ଗ୍ରାମର ପଣ୍ଡିତ ସରୋଜ ଦେବତା (୫୦)ଙ୍କ ବୁଧବାର ରାତିରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ବିଜୁଜନତାଦଳର ସକ୍ରିୟ କର୍ମୀ ଥିବା ସଙ୍ଗେସଙ୍ଗେ ବରଗଡ, ସମ୍ବଲପୁର , ଝାରସୁଗୁଡା , ସୁନ୍ଦରଗଡ ଜିଲ୍ଲାରେ ଜଣେ ସୁପରିଚିତ ପଣ୍ଡିତ ଭାବରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଆତ୍ମିୟ ସୁଜନ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପିତା ନନ୍ଦିଘୋଷ ଦେବତା, ମାତା ଯାଜ୍ଞସେନୀ ଦେବତା , ସ୍ତ୍ରୀ ସୁନନ୍ଦା ଦେବତା ତାଙ୍କ ଝିଅ ବିନ୍ଧାରାଣୀ ଦେବତା ଓ ପୁତ୍ର ଦିସନ୍ତ ଦେବତା ଉପସ୍ଥିତ ଥିଲେ । ତାଙ୍କ ଆତ୍ମାର ସଦଗତି କାମନା କରି ଗୁରୁବାର ରେଙ୍ଗାଲି ଦୁର୍ଗା ମନ୍ଦିର ପରିସରରେ ରେଙ୍ଗାଲି ଦୁର୍ଗାପୂଜା କମିଟି ପକ୍ଷରୁ ଏକ ଲୋକସଭା ଅନୁଷ୍ଠିତ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.