ଭଞ୍ଜନଗର ( ନିଲୁ ବିଷୋୟୀ ) – ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଭଞ୍ଜନଗର ଜେଲ୍ ପଡିଆ ଠାରେ କ୍ଷୁଦ୍ର ପ୍ରଦର୍ଶନୀ ମେଳାକୁ ଆଜି ସନ୍ଧ୍ୟାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ମିଶନ ଶକ୍ତି ଏବଂ ଓର୍ମାସ୍ ମିଳିତ ସହଯୋଗରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତି ସାମଗ୍ରୀ ବିକ୍ରି କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାରେ ୫ଟି ଷ୍ଟଲ୍ ରେ ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପ, ମସଲା, ଆଚାର, ପାମ୍ପ ଓ କପଡା ଆଦି ରଖାଯାଇଛି। ଏହି ପ୍ରଦର୍ଶନୀ ଆଗାମୀ ମାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଏହି ଅବସରରେ ବିଡିଓ ଅନୀଲ କୁମାର ସେଠୀ ଏବଂ ଓର୍ମାସ୍ ଡେପୁଟି ସିଇଓ ଡ.ଜ୍ୟୋତି ପ୍ରକାଶ ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏଥିରେ ଭଞ୍ଜନଗର ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦର ପ୍ରଶାସନିକ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post