“ଚାଇଲ୍ଡଲାଇନ ସହ ବନ୍ଧୁତା” ରଥ ଆଜି ବୁଲିଲା ଝାରସୁଗୁଡ଼ା ପୌରପାଳିକା ଅଞ୍ଚଳ।

0 1

ଝାରସୁଗୁଡ଼ା :(ସୁଭାଷ ସହାରେ)-ଚାଇଲ୍ଡଲାଇନ ଦ୍ଵାରା ଆରମ୍ଭ କରାଯାଇଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ‘ଚାଇଲ୍ଡଲାଇନ ସହ ବନ୍ଧୁତା’ ରଥ ଝାରସୁଗୁଡ଼ା ପୌରପାଳିକା ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ତାର ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି । ଚାଇଲ୍ଡଲାଇନ ହେଲ୍ପଲାଇନ ନମ୍ବର 1098 ବିଷୟରେ ଲୋକଙ୍କୁ ସୂଚିତ କରିବା ସହ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ସମୟରେ ଚାଇଲ୍ଡଲାଇନ ସଦସ୍ୟ ଅଙ୍ଗନୱାଡ଼ି କର୍ମୀ, ଏଏନ୍ଏମ, ଆଶା କର୍ମୀ, ଶିକ୍ଷକ, ସରକାରୀ କର୍ମଚାରୀ, ଦୋକାନୀ, ସରପଞ୍ଚ, ଝୁମ୍ପୁଡ଼ି ସାହି ତଥା ଅନ୍ୟାନ୍ୟ ଲୋକଙ୍କ ସହ ସମ୍ପର୍କ କରି ଚାଇଲ୍ଡଲାଇନ କର୍ମକର୍ତ୍ତାମାନେ ସଂସ୍ଥାର କାର୍ଯ୍ୟ ଓ ସହାୟତା ନେବାର ଉପାୟ ମାଧ୍ୟମ ବିଷୟରେ ବିଶେଷ ତଥ୍ୟ ପ୍ରଦାନ କରିବା ସହ ଲୋକଙ୍କୁ ସଂସ୍ଥା ସହ ଜଡ଼ିତ ହେବାକୁ ଉତ୍ସାହିତ କରିଥିଲେ। ସଂସ୍ଥା ପକ୍ଷରୁ ରାଧେଶ୍ୟାମ ନାଏକ, ଜ୍ୟୋତ୍ସ୍ନା ପ୍ରଧାନ,ଅଧିକାରୀ ନାଏକ, ସତିଆ ବୁଡ଼ା ପ୍ରଭୃତି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସପ୍ତାହବ୍ୟାପୀ ହେବାକୁ ଥିବା ଏହି ଅଭିଯାନରେ ଅନେକ ଅଭିନବ କାର୍ଯ୍ୟକ୍ରମ ନେବା ପାଇଁ ଯୋଜନା ଅଛି ବୋଲି ସୂଚନା ଦେଇଛନ୍ତି। ଆଜି ‘ଚାଇଲ୍ଡଲାଇନ ସହ ବନ୍ଧୁତା’ ରଥ ଝାରସୁଗୁଡ଼ାର ବେହେରାମାଲ, ପୁରୁଣା ବସ୍ତି,ଝଣ୍ଡାଛକ, ମଙ୍ଗଳବଜାର, ସରବାହାଲ,ବଡ଼ମାଲ,ହିର୍ମା,ଜମେରା,ମାରାକୁଟ୍ଟା, ବେହେରାପାଟ,ଏଚ.କଟାପାଲି,ବକ୍ସିଛକ,ବିଟିଏମ,ଏକତାଲି,ଓଏମପି,ଦୁର୍ଲଗା,ତାଲପଟିଆ,ବମ୍ବେଛକ ପ୍ରଭୃତି ସ୍ଥାନ ପରିକ୍ରମା କରିଥିଲା।

Leave A Reply

Your email address will not be published.