ରାସ୍ତା ନିର୍ମାଣ ନିମନ୍ତେ ଧାରଣାରେ ବସିଲା ଝାରସୁଗୁଡ଼ା ବିଜେପି। 

0 1

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା କିର୍ମିରା ବ୍ଲକ ଧୁତୁରାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତା ଦେଇ ଏସପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଆଜି ଝାରସୁଗୁଡ଼ା ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏପରିକି ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ନେବା ଆଣିବା ମଧ୍ୟ ବିପଦଜ୍ଜନକ ହୋଇପଡ଼ିଛି ବୋଲି ବିଜେପି ଅଭିଯୋଗ ଆଣିଛି। ଝାରସୁଗୁଡ଼ା ବିଜେପି ଆଶାୟୀ ବିଧାୟକ ପ୍ରାର୍ଥୀ ଦିନେଶ ଜୈନଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ରାସ୍ତାରୋକ କରାଯାଇଥିଲା। ଆସନ୍ତା ୧୯ ତାରିଖରେ ଏହାକୁ ନେଇ ଏକ ବୈଠକ କରାଯିବା ବୋଲି ପ୍ରଶାସନିକ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ପ୍ରତିଶ୍ରୁତି ଅନୁସାରେ ବୈଠକରେ ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ଓ ଏକ ସଙ୍କୁଚିତ ସମୟ ସୀମା ମଧ୍ୟରେ ରାସ୍ତା କାମ ପୂର୍ଣ୍ଣ କରିବା ଦିଗରେ ନିଷ୍ପତ୍ତି ନିଆଯିବା ଉପରେ ଆଲୋଚନା ହେବ ବୋଲି କୁହାଯାଇଛି । ଲଇକେରା ଥାନାଧିକାରୀ ପ୍ରବୀର କେଶରୀ ତ୍ରିପାଠୀ ଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ 

ଥିଲେ । ଆଜିର ଆନ୍ଦୋଳନରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଦୀପକ ପଟେଲ, କିର୍ମିରା ମଣ୍ଡଳ ସଭାପତି ବିଜୟ ଶର୍ମା, ସାଂସଦଙ୍କ ରେଲୱେ ପ୍ରତିନିଧି ଲଲିତ ମଗର, ଗୋପାଲ ପଟେଲ, ରାଜେଶ ଦାଶ, ନୀଳାମ୍ବର ଦଣ୍ଡସେନା, ବିକାଶ ଗୁରୁଙ୍ଗ, ଉମେଶ ଗୁପ୍ତା, ବାସୁଦେବ ପ୍ରଧାନ, ସନ୍ତୋଷ ବାଗଙ୍କ ସହ ଅନେକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

Leave A Reply

Your email address will not be published.