କାଳ ରାତ୍ରିରେ ଲିଭିଗଲା ଜୀବନ ଦ୍ବୀପ…

0

 ବସ ଓ କାର ଦୁର୍ଘଟଣା 2ମୃତ୍ୟୁ 20 ଗୁରୁତର… 

ଆଠମଲ୍ଲିକ/ସନ୍ତୋଷ ମେହେର -ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ତ୍ରିବେଣୀ ଛକ ନିକଟରେ  ବସ ଏବଂ ଏକ ଇନୋଭା କାର ମଧ୍ୟରେ ଦୁର୍ଘଟଣା ଘଟିଛି I ମିଳିଥିବା ସୂଚନା ମୁତାବକ ବୃନ୍ଦାବନ ନାମକ ବସ (OD02AK8188) ଲୋକଙ୍କୁ ସମ୍ବଲପୁର ହୀରାକୁଦରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ କିଆକଟା ତ୍ରିବେଣୀ ଛକ ନିକଟରେ ଏକ ଇନୋଭା କାର (OD03G2255)କୁ ଧକ୍କା ହୋଇଥିଲା ଫଳରେ କାରରେ ଥିବା 2ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପାଖାପାଖି 20 ଜଣ ଗୁରୁତର ଆହତ ଅଛନ୍ତି I ସୂଚନା ପାଇ କିଆକଟା  ପୋଲିସ ଘଟଣା ସ୍ଥଳରେ ପହଂଚିଛନ୍ତି ଗୁରୁତର ଆହତ ମାନଙ୍କୁ ନିକଟସ୍ଥ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି ସେମାନଙ୍କ ମଧ୍ୟରୁ 7ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ବୌଦ୍ଧରୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି I ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ଲୋକଙ୍କ ଶାରୀରର କିଛି ଅଂଶ ଛିଣ୍ଡି ଘଟଣା ସ୍ଥଳରେ ପଡ଼ିଥିବାର ଦେଖିବାକୁ ମିଳୁଛି I ତେବେ ଖବର ଲେଖିବା ପର୍ଯ୍ୟନ୍ତ ମୃତକଙ୍କର ପରିଚୟ ସ୍ପଷ୍ଟ ହୋଇନି I

http://www.youtube.com/watch?v=1ECgpjxElFM 

Leave A Reply

Your email address will not be published.