ଯୁବ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ରାଜୀବ ଗାନ୍ଧୀ  ଏକା କେନ୍ଦ୍ରରେ ନେହେରୁ ଯୁବ କେନ୍ଦ୍ର ଝାରସୁଗୁଡ଼ା ପକ୍ଷରୁ ଯୁବ ଅନୁଷ୍ଠାନ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନରେ ଥିବା  ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ତାଲିମ ଶିବିରରେ ଖୁନ୍ତାମାଲ ସରପଞ୍ଚ ଅଷ୍ଟମୀ ଜୟପୁରିଆ ମୂଖ୍ୟ ଅତିଥି, ମହିଳା ସମାଜସେବୀ ସଞ୍ଜୁଲତା ନାଏକ ଯୋଗ ଦେଇଥିବା ବେଳେ ଜିଲ୍ଲା ଯୁବ ସଂଯୋଜକ ରମେଶ କୁମାର ସୋନୀ ଶିବିରରେ ଅଧ୍ୟକ୍ଷତା କରିଥିଲେ। ୨୮ ଅକ୍ଟୋବରରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଲଇକେରା ବ୍ଲକର ବିଭିନ୍ନ କ୍ଲବମାନଙ୍କରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ନୂତନ ଯୁବକ ସଂଘ ଗଠନ ସହିତ ପୁରୁଣା ଯୁବକ ସଂଘକୁ ପୁନଃ ସକ୍ରିୟ କରିବା ଉପରେ ଗୁରୁତ୍ବ ଦେବା ସହ  ଯୁବକ ଓ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଗୁରୁତ୍ବାରୋପ କରାଯାଇଥିଲା। ଏହି ଅବସରରେ ମାସ୍କ ଓ ସାନିଟାଇଜର ବଣ୍ଟନ ମଧ୍ୟ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ଲଇକେରା ବ୍ଲକ ରାଷ୍ଟ୍ରୀୟ ସଂଯୋଜକ ଚୂଡ଼ାମଣି ବେହେରା ଓ ଯୋଗୀନ୍ଦ୍ର କିଷାନ ଙ୍କ ତତ୍ତ୍ବାବଧାନରେ ଖୁନ୍ତାମାଲ ଉତ୍କଳମଣି ଯୁବକ ସଂଘ, ଜୟ ମା ଅନ୍ଧାରି କ୍ଲବ, ସୁଡ଼ୁଙ୍ଗ, ସରସ୍ୱତୀ କ୍ଲବ ଜାମଡିହି, ମା ବନଦୁର୍ଗା କ୍ଲବ ନାଏକଡିହି, ଜୟ ଯବାନ ଜୟ କିଷାନ ସ୍ପୋର୍ଟସ କ୍ଲବ ଖଏରଡିହି, ବୀଣାପାଣି କ୍ଲବ ନିକ୍ତିମାଲ, ସରସ୍ୱତୀ କ୍ଲବ କୁଳେମୁରା, ସିଆରପି ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଯୁବ ନେତା ରଞ୍ଜିତ ନାଏକ, ଚନ୍ଦ୍ରଶେଖର ପାଉଳେ, ଦିପ୍ତେସ ବରିହା, ଲଇକେରା ପୂର୍ବତନ ରାଷ୍ଟ୍ରୀୟ ସଂଯୋଜିକା ଜୋସ୍ନାରାଣୀ କିଷାନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.