ବୁଗୁଡା ବନାଞ୍ଚଳରେ ୬ ଟି ହାତୀ, ୨୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଫସଲ କ୍ଷତି ।

0

ବୁଗୁଡା: ବୁଗୁଡା ବନାଞ୍ଚଳରେ ଗୋଟିଏ ଦନ୍ତା, ତିନିଟି ମାଈ ଓ ଦୁଇଟି ଛୁଆ ମିଶି ଛଅ ଗୋଟି ହାତୀ ଥିବା ବୁଗୁଡା ବନାଞ୍ଚଳ ଅଧିକାରୀ  ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି। ନୟାଗଡ଼ ଜିଲ୍ଲା ଜଙ୍ଗଲରୁ ୧୬ ଟି ହାତୀ ବୁଗୁଡା ବନାଞ୍ଚଳରେ ପ୍ରବେଶ କରିଥିଲେ। ସେଥିରୁ ୯ ଟି ହାତୀ ପୂର୍ବରୁ ଚାଲିଯାଇଥିବା ବେଳେ ଭାଗବାନପୁର ବନାଞ୍ଚଳରେ ଏକୁଟିଆ ଥିବା ଦନ୍ତା ହାତୀଟି ମଧ୍ୟ ନୟାଗଡ଼ ଜଙ୍ଗଲକୁ ଚାଲି ଯାଇଛି। ବର୍ତ୍ତମାନ ମାଣିତରା ଓ ପଞ୍ଚଭୂତି ଫରେଷ୍ଟ ସେକସନରେ ଗୋଟିଏ ଦନ୍ତା, ଦୁଇଟି ଛୁଆ ଓ ତିନୋଟି ମାଈ ମିଶି ୬ ଟି ହାତୀ ଥିବା ବେଳେ ବନ ବିଭାଗ ସେମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏମଧ୍ୟରେ ହାତୀ ପଲ ୨୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଫସଲ ନଷ୍ଟ କରିଥିବା ନେଇ ବନାଞ୍ଚଳ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ପୂର୍ବରୁ ହାତୀପଲ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ ହୋଇସାରିଥିବା ବେଳେ ବର୍ତ୍ତମାନ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ : ଡ଼ଃ.କୁମୁଦ ଚନ୍ଦ୍ର ବେହେରା

Leave A Reply

Your email address will not be published.