ପରଲୋକରେ ରେଙ୍ଗାଲି ନାଗରୀକ ପରିଷଦର ଉପଦେଷ୍ଟା

0 1

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ଗଣେଶନଗର ନିବାସୀ ଅବସରପ୍ରାପ୍ତ ଫରେଷ୍ଟର ବାଳକୃଷ୍ଣ ସାହୁଙ୍କ ୭୨ ବର୍ଷ ବୟସରେ ତାଙ୍କ ବାସଭବନରେ ଶୁକ୍ରବାର ପରଲୋକ ହୋଇଯାଇଛି।୧୨ ବର୍ଷ ହେବ ଚାକିରୀରୁ ସେ ଅବସର ଗ୍ରହଣ କରି ନିଜ ପରିବାର ସହ ରହୁଥିଲେ।ସେ ରେଙ୍ଗାଲି ନାଗରିକ ପରିଷଦର ଉପଦେଷ୍ଟା ଭାବରେ ରହି ବହୁ ଜନ ହିତକର କାମ କରିଥିଲେ। ଜଣେ ସରଳ ଓ ମେଳାପୀ ମଣିଷ ଭାବରେ ତାଙ୍କର ଅଞ୍ଚଳରେ ସ୍ବତନ୍ତ୍ର ପରିଚୟ ଥିଲା। ତାଙ୍କ ଦେହାନ୍ତ ଖବର ଶୁଣିଲା ପରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ପୁଅ ଯଘ୍ନେଶ ସାହୁ ମୁଖାଗ୍ନି ଦେଇଥିଲେ।ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

       

Leave A Reply

Your email address will not be published.