କୋଭିଡ କଟକଣା ରେ ଫିକା ପଡିଲା ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ  ଭାଇ ଜିଉଁନ୍ତିଆ।

0 1

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ଧରାବତରଣ କରିଛନ୍ତି ଜଗତ ଜନନୀ ମାଁ ଦୁର୍ଗା । ମାଁ ଙ୍କ ଶାରଦୀୟ ପୂଜା ସହ ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ଭାଇ ଜୁଇଁତିଆ ର ସଂପକ ରହିଛି । ଭଉଣି ମାନେ ନିଜ ଭାଇର ମଙ୍ଗଳ କାମନା କରି ମହାଷ୍ଟମୀ ରେ ମାଁ ଙ୍କ ଠାରେ  ପ୍ରାଥନା କରି  ରଖିଥାନ୍ତି ଭାଇ ଜୁଇଁତିଆ ବ୍ରତ । ତେବେ ଚଳିତ ବର୍ଷ କୋଭିଡ ପାଇଁ ଏହା ସାମାନ୍ୟ ଫିକା ପଡିଥିଲେ ବି ପରମ୍ପରା ରକ୍ଷା ପାଇଁ କରାଯାଇଥିଲା ଏହି ଅନନ୍ୟ ପର୍ବ ଭାଇଁ ଜୁଇଁତିଆ ।

 ପଶ୍ଚିମ ଓଡିଶାର ଭାଇ ଓ ଭଉଣୀଙ୍କର ପବିତ୍ର ସମ୍ପର୍କ କୁ ନେଇ ପାଳନ କରାଯାଏ ଭାଇ ଜୀଉନ୍ତିଆ। । ପବିତ୍ର  ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ  ଭାଇ ଜିଉଁନ୍ତିଆ ପର୍ବ ପାଳନ କରାଯାଏ। ତେବେ ଚଳିତ ବର୍ଷ ମହାମାରୀ କୋଭିଡ ପାଇଁ ଏହି ଅନନ୍ୟ ପର୍ବ ପାଲନ ଟିକିଏ ଫିକା ପଡିଯାଇଥିଲା । ତେବେ ବି ପଶ୍ଚିମ ଓଡିଶାର ଏହି ଅନନ୍ୟ ମହା ପର୍ବ  ଭାଇଁ ଜୁଇଁତିଆ ପାଇଁ ମହାଷ୍ଟମୀ ତିଥି ସଂଧ୍ୟାରେ ଭଉଣୀ  ମାନେ ମାଁ ଦୁର୍ଗା ଙ୍କ ଠାରେ ନିଜ ଭାଇ ର ମଙ୍ଗଳ କାମନା କରି ପୁଜାର୍ଚ୍ଚନା କରିଥିଲେ । ପରମ୍ପରା ଅନୁସାରେ ମହାଷ୍ଟମୀ ରେ ସନ୍ଧ୍ୟା ସମୟରେ ମହିଳା ମାନେ  ଭାଇ ଜିଉନ୍ତିଆ ପାଇଁ ପୂଜା ସାମଗ୍ରୀ ଧରି ପୂଜା ମଣ୍ଡପ କୁ ଆସୁଥିବା ର ଦେଖିବାକୁ ମିଳିଥିଲା। ତେବେ କୋଭିଡ କଟକଣା ପାଇଁ ସାମାଜିକ ଦୁରତା ରକ୍ଷା ସହ ସମସ୍ତ ବ୍ୟବସ୍ଥା  ପୁଜା  ମଣ୍ଡପରେ କରାଯାଇଥିଲା ।

ସମଗ୍ର ପଶ୍ଚିମ ଓଡ଼ିଶାରେ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ  ପାଳନ କରାଯାଉଥିବା ଏହି ଭାଇ ଜୀଉନ୍ତିଆ ପର୍ବ କିନ୍ତୁ କୋଭିଡ ପାଇଁ ଚଳିତ ବର୍ଷ  ଫିକା ପଡିଯାଇଥିଲା । ବିଗତ ବର୍ଷ ଭାଇଁ ଜୁଇଁତିଆ କରୁଥିବା ମହିଳା ମାନେ ମାଁ ଙ୍କ ପାଖକୁ ଯାଇ ପୁଜାର୍ଚ୍ଚନା କରିଥାନ୍ତି । ତେବେ ଏଥର କିନ୍ତୁ କଟକଣା ପାଇଁ ପୁଜା ମଣ୍ଡପ ବାହାରେ ରହି ବ୍ରତଧାରି ମହିଳା ମାନେ ମାଁ ଙ୍କ ଦର୍ଶନ କରିବା ସହ ପୂଜା  କରିଥିଲେ । ସମ୍ବଲପୁର ସହରର ବିଭିନ୍ନ ପୁଜା କମିଟି ପକ୍ଷରୁ କଟକଣା ପାଇଁ ସାମାଜିକ ଦୁରତା ରକ୍ଷା କରାଯାଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସମ୍ବଲପୁର ରେ ସମସ୍ତ ଦୁର୍ଗାପୂଜା ମଣ୍ଡପ ରେ  ଭାଇଁ ଜିଉଁତିଆ ବ୍ରତ ଧାରୀ ଙ୍କ ଦ୍ୱାରା ଅଣାଯାଇଥିବା  108 ଦୁବ,ବେଲପତ୍ର,ନଡ଼ିଆ ସହ ସବୁ ପୁଜା ସାମଗ୍ରୀ  ପୁଜକ ଙ୍କ ମାଧ୍ୟମରେ  ମାଁ ଦୁର୍ଗା ଙ୍କ ନିକଟରେ ଅର୍ପଣ କରାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

 ପଶ୍ଚିମ ଓଡିଶା ଏହି ଅନନ୍ୟ ପର୍ବ ଭାଇ  ଜିଉନ୍ତିଆ ଚଳିତ ବର୍ଷ କୋଭିଡ ପାଇଁ ଫିକା ପଡିଥିଲେ ବି ଭାଇ ଭଉଣୀ ଙ୍କର ସମ୍ପର୍କ କୁ ନେଇ ସମଗ୍ର ପଶ୍ଚିମାଞ୍ଚଳ ରେ ଏହି ପବିତ୍ର ପର୍ବ ର ସ୍ବତନ୍ତ୍ରତା ରହିଆସିଛି ।

         

Leave A Reply

Your email address will not be published.