ଜଣାଶୁଣା ଆଇନଜୀବୀ ବିଭୁ ତ୍ରିପାଠୀ କରୋନା ପଜିଟିଭ, ଆଇସିୟୁରେ ଚିକିତ୍ସାଧୀନ 

14

ଭୁବନେଶ୍ୱର (ଶାସକ ପ୍ରଶାସକ)  ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ସର୍ବୋଚ୍ଚ ନ୍ୟାୟାଳୟର ଜଣାଶୁଣା ବରିଷ୍ଠ ଆଇନଜୀବୀ ତଥା ବାର ଆସୋସିଏସନ ଅଫ ଇଣ୍ଡିଆର ନ୍ୟାସନାଲ ଜଏଣ୍ଟ ଜେନେରାଲ  ସେକ୍ରେଟାରୀ  ବିଭୁ ପ୍ରସାଦ ତ୍ରିପାଠୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଦୁଇଦିନ ତଳେ ସେ ହଠାତ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ପରୀକ୍ଷା ପରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ | ଡାକ୍ତରଙ୍କ ପରାମର୍ଶ କ୍ରମେ ଶ୍ରୀ ତ୍ରିପାଠୀଙ୍କୁ  ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି | ଗତ କିଛି ଦିନ ମଧ୍ୟରେ ତାଙ୍କ ସହ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ କୋଭିଡ ପ୍ରଟୋକଲ ପାଳନ କରିବା ପାଇଁ ବା ନିଜର ସତର୍କତାମୂଳକ ପରୀକ୍ଷା କରାଇ ନେବା ପାଇଁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି | ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ କେହି ବ୍ୟସ୍ତ ନହେବା ପାଇଁ ସେ ତାଙ୍କ ଶୁଭେଛୁମାନକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି | 

Leave A Reply

Your email address will not be published.