ଲୋକଙ୍କ ଅଭିଯୋଗ : ପାଟଣାଗଡ଼ରେ ଚାଲିଛି ସେକ୍ସ କରବାର !  

0

ପାଟଣାଗଡ଼ (ଶାସକ ପ୍ରଶାସକ )”କହିଲେ କୂଳ କୁଟୁମ୍ବକୁ ଲାଜ, ନକହିଲେ କୁଳ ଯାଏ ଭାଷିରେ”ଭଳି ପରିସ୍ଥିତିରେ ବର୍ତ୍ତମାନ ଗତି କରୁଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ସଦର ମହକୁମା | ପ୍ରକାଶ ଥାଉକି, ଦିବାଲୋକରେ  ଖୁଲେ ଆମ  ଚାଲିଛି ବେଲଜ୍ଜ୍ୟା, ବେସରମ ବେଆଇନ ସେକ୍ସ ରାକେଟ କାରବାର | ଅନେକ ଲୋକଙ୍କ ଅଭିଯୋଗ ଯେ ସହରରେ ଧୀରେ ଧୀରେ ଏହି କାରବାର ବଢୁଛି | ହେଲେ  ପୋଲିସ ପ୍ରଶାସନ ଆଖିରେ କି କାନରେ ପଡୁଛି କି ନାହିଁ ଜଣାନାହିଁ | ଆଉ ଏହାକୁ ନେଇ ଲୋକଙ୍କ ଭିତରେ ଏବେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗୁଛି | ଯଦ୍ୱାରା ସାଧାରଣରେ ପୋଲିସ ବିଭାଗର ପ୍ରତି ରହିଥିବା ଆସ୍ଥା ବିଶ୍ୱାସ ତାହା ତୁଟିବାରେ ତୁଟିବାରେ ଲାଗିଛି ! 

ତେବେ ଏକ ସୂତ୍ରରୁ ପ୍ରକାଶ, ବାହାର ଅଞ୍ଚଳରୁ  ଝିଅମାନଙ୍କୁ (ବ୍ରହ୍ମପୁର, କଟକ,ଭୁବନେଶ୍ୱର ଅଞ୍ଚଳର ) ଆଣି  ଘୃଣ୍ୟ କର୍ମରେ ଲିପ୍ତ କରାଉ ଥିବାର ଅଭିଯୋଗ ହେଉଛି | ଆଉ ଏମାନଙ୍କର ସୁରକ୍ଷା କବଚ ସାଜୁଛନ୍ତି ସ୍ଥାନୀୟ ଯୁବପିଢ଼ିର କିଛି ବାଳୁଙ୍ଗା ଟୋକା !ଏହା ସହ ଆହୁରି  ନିର୍ଦ୍ଧିଷ୍ଟ କିଛି ହାତ ଗଣତି ରାଜନେତା ତଥା କୁଜିନେତା ସମ୍ପୃକ୍ତ ଥିବାର ଜଣାପଡିଛି | “କୁଜିନେତା” ନାମରେ ପରିଚୟ ସୃଷ୍ଟି କରି ଶ୍ୟାମଳ ବର୍ଣ୍ଣର  ବ୍ୟକ୍ତି ଲୋକାୟୀତ ଭାବେ ଏହି ବେଆଇନ ଚମଡା ବ୍ୟବସାୟ କରି ମାଲାମାଲ ହେଉଥିବାର ମଧ୍ୟ ସାଧାରଣରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି | ଲୋକଙ୍କ କହିବା ଅନୁଯାୟୀ, ମାତ୍ର ପାଟଣାଗଡ଼ରୁ ଅଳ୍ପ ଦୂରରେ ଏକ ବଗିଚାରେ ଚାଲିଛି ଦିବା ରାତ୍ରି ଘୃଣ୍ଣ୍ୟ ବେଆଇନ ସେକ୍ସ କାରବାର! ଯାହା ଅଞ୍ଚଳରେ କାହାକୁବି ଅଜଣା ନଥିବ! ହେଲେ ବର୍ତ୍ତମାନ ଚିନ୍ତାର ବିଷୟ ଏ କରନା ସମୟରେ ବି ଏହା ବେଧଡକ ଚାଲିଥିବା ଅଭିଯୋଗ ଯେଉଥିବା ବେଳେ ଆଉ କିଛି କୋମଳ ମତି ତଥା ଯୌବନର ପ୍ରଥମ ପାହାଚରେ ପାଦ ରଖୁଥିବା ଗଜା ଟୋକା ଏଭଳି କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ସେ ମାୟାଜାଲରେ ଫଶୁଥିବା ବେଳେ ଲୋକଙ୍କ ଅଭିଯୋଗ ପ୍ରତି ପ୍ରଶାସନ ଆଖି ବୁଜିଦେବା ଉଚିତ ହେଉନାହିଁ | ତେଣୁ ଲୋକଙ୍କ ଏହି ସଂଗୀନ ଅଭିଯୋଗ ଉପରେ ନିଜସ୍ୱ ଗୁଇନ୍ଦା ତଥ୍ୟ ସଂଗ୍ରହ ପୂର୍ବକ ସତ୍ୟାସତ୍ୟ ଅନୁସନ୍ଧନ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି | 

 

Leave A Reply

Your email address will not be published.