ଆଡଭୋକେଟଙ୍କ ଫେସବୁକରେ ଆପତ୍ତିଜନକ ମନ୍ତବ୍ୟ। ଆକାଉଣ୍ଟ ହ୍ୟାକିଂ ହୋଇଥିବା ଅଭିଯୋଗ କଲେ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ସହରର ଜଣେ ଆଡଭୋକେଟ ତାଙ୍କ ଫେସବୁକ ମନ୍ତବ୍ୟ ପାଇଁ ବର୍ତ୍ତମାନ ବିବାଦରେ ପଡ଼ିଛନ୍ତି। ଏ ନେଇ ଦୁଇଟି ସଂଗଠନ ତାଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦେଇଥିବା ଜଣାପଡ଼ିଛି। 

ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଏକ ଫେସବୁକ ପୋଷ୍ଟରେ ବିବାଦୀୟ କମେଣ୍ଟ କରିଛନ୍ତି ଝାରସୁଗୁଡ଼ା ମଙ୍ଗଳବଜାରରେ ରହୁଥିବା ମେହେନ୍ଦୀ ରେଜା ନାମକ ଜଣେ ଓକିଲ। କଙ୍ଗନାଙ୍କୁ ମଝି ରାସ୍ତାରେ ରେପ କରିବା କଥା କହି କଙ୍ଗନା ସମର୍ଥକଙ୍କ ସମାଲୋଚନାର ଶିକାର ହୋଇଛନ୍ତି ରେଜା। ଏହା କଙ୍ଗନାଙ୍କ ପ୍ରତି ଓ ହିନ୍ଦୁ ଧର୍ମ ପ୍ରତି ଅପମାନ ଓ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେମାନେ କହିଛନ୍ତି। ଏନେଇ ଝାରସୁଗୁଡ଼ାର ଦୁଇଟି ସଂଗଠନ ଝାରସୁଗୁଡ଼ା ଥାନାରେ  ମାମଲା ରୁଜୁ କରିଛନ୍ତି। 

ଅନ୍ୟପକ୍ଷରେ,ରେଜା ତାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ ହୋଇଛି ଏବଂ ଏହାର କେହି ଦୂରୁପଯୋଗ କରିଛି ବୋଲି କହିଛନ୍ତି |

Leave A Reply

Your email address will not be published.