ରେଙ୍ଗାଲି ରେଲୱେ ଷ୍ଟେସନରେ ମାଁ ଦୁର୍ଗାଙ୍କ ସ୍ଥାୟୀ ମନ୍ଦିରରେ ଶାରଦୀୟ ଦଶହରା -: ସଂଧ୍ୟା ଆଲତିରେ ଭକ୍ତଙ୍କ ସମାଗମ। 

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରେଙ୍ଗାଲି ରେଲୱେ ଷ୍ଟେସନ ନିକଟରେ ଥିବା ସ୍ଥାୟୀ ମାଁ ଦୁର୍ଗାଙ୍କ ମନ୍ଦିରରେ ଶାରଦୀୟ ଦଶହରା ଗତ ଶନିବାର କଳସ ବୁଡା ଶୋଭାଯାତ୍ରାରୁ ଆରମ୍ଭ ହୋଇଯାଇଛି। ଶନିବାର ଗ୍ରାମର ମହିଳା ଓ ଯୁବତୀ ମାନେ ସ୍ଥାନୀୟ ବାବା ବନ୍ଧରୁ ରୀତି ନୀତି ଅନୁଶାରେ ପୂଜାର୍ଚ୍ଚନା କରି ପୂର୍ଣ୍ଣ କଳସୀରେ ଏକ ଶୋଭାଯାତ୍ରାରେ  ପାଣି ଆଣି ମନ୍ଦିରରେ ପହଞ୍ଚି ଥିଲେ। କରୋନା ମହାମାରିର କଟଣାକୁ ଆଖିଆଗରେ ରଖି ସମସ୍ତ ନୀତିନିୟମକୁ ପାଳନ କରାଯାଇଥିଲା।

http://www.youtube.com/watch?v=UiP9G1IvByI 

ଆସନ୍ତା ୨୫ ତାରିଖ ମହା ବିଜୟା ଦଶମୀ ପର୍ଯ୍ୟନ୍ତ ଏଠାରେ ମାଁ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ସୁସଜ୍ଜିତ କରଯାଇ ହୋମ ଯଜ୍ଞାଦି ସହ ରୀତି ନୀତି ଅନୁଶାରେ ପୂଜାର୍ଚ୍ଚନା କରାଯିବ। ପ୍ରତ୍ଯେକ ଦିନ ସଂଧ୍ୟା ସମୟରେ ମହା ଆଲତି ସମୟରେ କରୋନା କଟକଣାକୁ ପାଳନ ପୂର୍ବକ  ଶ୍ରଦ୍ଧାଲୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି।କରୋନା କଟକଣା ପାଇଁ ପୂର୍ବ ବର୍ଷ ପରି ଶ୍ରଦ୍ଧାଲୁ ଭକ୍ତଙ୍କ ଭିଡ ହେଉନଥିଲେ ମଧ୍ୟ ମାଁଙ୍କ ପୂଜାର୍ଚ୍ଚନାରେ ସେତେଟା ଫିକା ପଡି ନାହିଁ। ଏଠାରେ ମାଁ ଦୁର୍ଗାଙ୍କ ସହ ଶ୍ରୀ ଗଣେଶ,କାର୍ତ୍ତିକେୟ,ମାଁ ଲକ୍ଷ୍ମୀ ଏବଂ ମାଁ ସରସ୍ବତୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ। କରୋନା କଟକଣା ପାଇଁ ଚଳିତ ବର୍ଷ ନିରାଡମ୍ବରେ ମାଁ ଦୁର୍ଗାଙ୍କ ଶାରଦୀୟ ପୂଜା କରାଯାଉଛି। 

Leave A Reply

Your email address will not be published.