ଧନୀ କରିବ ବେପାର, ସାଧାରଣ ଜନତା ଭୋଗିବେ ସମସ୍ୟା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମର ଲୋକମାନେ ବର୍ତ୍ତମାନ ଏକ ଭିନ୍ନ ପ୍ରକାରର ସମସ୍ୟା ସମ୍ମୁଖୀନ ହେଉଛନ୍ତି। ନିର୍ମାଣ ହେଉଥିବା ଦୁଗ୍ଧ ଫାର୍ମ ଯୋଗୁଁ ତାଙ୍କର ନିତିଦିନିଆ ରାସ୍ତାଟି ବିପଦସଂକୁଳ ହୋଇ ପଡ଼ିଛି। 

ସୂଚନା ମୁତାବକ, ମାନସ ଉପାଧ୍ୟାୟ ନାମକ ଏକ ବ୍ୟକ୍ତି ଖୁନ୍ତାମାଲରୁ ଡୁମେରଡିହି ଦେଇ ଲାଇକେରାକୁ ଯାଇଥିବା ମଝିରେ ଏକ ଦୁଗ୍ଧ ଫାର୍ମ ନିର୍ମାଣ କରୁଛନ୍ତି। ସେଥିପାଇଁ ରାସ୍ତାରେ ବଡ଼ ବଡ଼ ହାଇୱା ଗାଡ଼ି ଯା’ ଆସ କରୁଛି ତାଙ୍କର ଦୁଗ୍ଧ ଫାର୍ମ ନିର୍ମାଣ କରିବା ନିମନ୍ତେ ଜିନିଷ ନେବା ପାଇଁ। ମାତ୍ର ଲୋକଙ୍କ ଯିବା ଆସିବା କରିବା ପାଇଁ ଉଦ୍ଦିଷ୍ଟ ଥିବା ଏହି ରାସ୍ତାରେ ଏହି ପରି ଓଜନଦାର ଗାଡ଼ି ଯିବା ଆସିବା କରିବା ଦ୍ବାରା ରାସ୍ତାର ଅବସ୍ଥା ଉଦବେଗଜନକ ହୋଇ ପଡ଼ିଛି। ଧାନ ଅମଳ ସମୟ ହୋଇଥିବାରୁ ଚାଷୀଙ୍କ ଟ୍ରାକ୍ଟର, ପାୱାର ଟିଲର ପ୍ରଭୃତି ଗମନାଗମନ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବାଇକରେ ଯିବା ମଧ୍ୟ ବର୍ତ୍ତମାନ ଲୋକଙ୍କ ପାଇଁ ବିପଦସଂକୁଳ ହୋଇ ପଡ଼ିଛି। ଭାରୀଯାନଗୁଡ଼ିକ ଓଭରଲୋଡିଂ ହୋଇ ଯାଉଥିବା ଯୋଗୁଁ ରାସ୍ତାରେ ଖାଲ ସୃଷ୍ଟି ହୋଇଛି। 

ତେଣୁ ଆସନ୍ତା ମଙ୍ଗଳବାର ଦିନ ଉତ୍କଳମଣି ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ସହ ଯୁବଗୋଷ୍ଠୀ ମିଳିତ ଭାବେ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏ ଦିଗରେ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.