ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଜନସେବାରେ ସମର୍ପିତ କଲା ବିଜୁ ଛାତ୍ର ଜନତା ଦଳ  

0

ରକ୍ତଦାନ ଶିବିର ଆୟୋଜନ ସହ କଲା ବୃକ୍ଷରୋପଣ, ଜନ ସଚେତନତା ଓ ମାସ୍କ ବଣ୍ଟନ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସ ଉପଲକ୍ଷେ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନଷ୍ଠିତ ହୋଇଯାଇଥିଲା। ଏହି ଶିବିରରେ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଦିବସ ଉପଲକ୍ଷେ ୭୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

ଏଥି ସହିତ ବିଜୁ ଛାତ୍ର ଜନତା ଦଳ ତରଫରୁ ୟୁନିଟ୍-୮ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ତତ୍ ସହିତ ମାଷ୍ଟର କ୍ୟାଣ୍ଟିନ୍ ଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଜନ ସଚେତନତା କାର୍ଯ୍ୟକ୍ରମ ସହ ମାସ୍କ୍ ବଣ୍ଟନ ମଧ୍ଯ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଙ୍କ ସଶକ୍ତ ଓଡ଼ିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ସାମାଜିକ କାର୍ଯ୍ୟକ୍ରମକୁ  କିପରି ଗୁରୁତ୍ଵର ସହିତ ତ୍ଵରାନିତ କରିପାରିବ ତାହା ହିଁ ବିଜୁ ଛାତ୍ର ଜନତା ଦଳର ଲକ୍ଷ୍ୟ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ଓଡ଼ିଶା ମୋ ପରିବାର ର ଆବାହକ ଅରୁପ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଛାତ୍ର ବ୍ୟାପାର ଅମରଜିତ୍ ସେନାପତି , ମନ୍ଦାକିନୀ କର, ଯୁଗ୍ମ ସମ୍ପାଦକ ଛାତ୍ର ବ୍ୟାପାର ପ୍ରକାଶ କୁମାର ଡାଙ୍ଗ , ତନ୍ମୟ ସ୍ୱାଇଁ ପ୍ରମୁଖ ଉଦଘାଟନ କରିଥିଲେ।

   ଏହି ଆୟୋଜିତ କାର୍ଯ୍ୟକ୍ରମକୁ  ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ୱାଇଁ, ମହାସଚିବ ଇପ୍ସିତା ସାହୁ, ବରିଷ୍ଠ ଉପସଭାପତି ଅଜିତ୍ ବେହେରା , ବିଶ୍ଵ ପ୍ରତାପ ସାହୁ, ସ୍ୱାଗତିକା ମହାନ୍ତି, ଭୁନେଶ୍ଵର ଜିଲ୍ଲା ସଭାପତି ସୁବାଷ ସାହୁ, ଭୁନେଶ୍ଵର ଜୋନ୍ ସଭାପତି ଭଗବାନ ସାହୁ , ଉପସଭାପତି ଅପୂର୍ବା ଅପରୂପା, ଚିନ୍ମୟ ଦାସ, ବିଜୟ ବସନ୍ତିଆ , ଭବାନୀ ଶଙ୍କର ଦାସ , ସାଧାରଣ ସମ୍ପାଦକ ସୁଜିତ୍ ପଲାଟାସିଂ, ଦେବସ୍ମିତା ଦାସ , ନିହାର ରଞ୍ଜନ ବିଶ୍ଵାଳ , ଶୁଭାଙ୍ଗୀ ରାୟ, ପ୍ରୀତି ପ୍ରିୟଙ୍କା, ଦୀପିକା ସାହୁ, ଶୁଭମ କୁମାର ପଣ୍ଡା , ସଙ୍କେତ ରାୟ , ସଞ୍ଜୀବ ପୃଷ୍ଟି , ଅଭିଷେକ ବେହେରା, ଶ୍ରୀଚନ୍ଦନ ପାତ୍ର , ଦୀପକ ବେହେରା , ଅରୂପ ଶ୍ରୀଚନ୍ଦନ, ରକି ଦାସ ପରିଚାଳନା କରିଥିଲେ।

ଛାତ୍ର ଜନତା ଦଳର ସମ୍ପାଦକ ଧର୍ମେନ୍ଦ୍ର ଧଳ , ରଞ୍ଜିତ ଦାସ , ସଂସଦ ନାୟକ , ସମ୍ବିତ ଶ୍ରୀଚନ୍ଦନ , ସାଗର ବଳବନ୍ତରାୟ , ସୁଚିସ୍ମିତା ବେହେରା , ସୁଶାନ୍ତ ମହାନ୍ତି , ଅନନ୍ତ ନାରାୟଣ ଜେନା , ତବରେଜ୍ ଖାନ୍ ଉପରୋକ୍ତ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହା ସହିତ ଛାତ୍ର ଜନତା ଦଳ ର ଯୁଗ୍ମ ସମ୍ପାଦକ ସୁପ୍ରିତ ନାଥ , ପୂର୍ଣ୍ଣିମା ବେହେରା , ସୋନାଲି ସାହୁ , ବିଦିଶା ପ୍ରିୟଦର୍ଶିନୀ, ସଞ୍ଜିବ କୁମାର ଧଳ, ଦେବୀ ପ୍ରସାଦ ଲେଙ୍କା , ପବନ କୁମାର ସ୍ୱାଇଁ ତତ୍ ସହିତ ଶୋଭନ ମହାନ୍ତି , ସମୀରଣ ଦାସ , ସୂମନ୍ତ କୁମାର ସାହୁ , ରାଜେଶ ପାଣୀ, ଅନିଲ କୁମାର ମହାନ୍ତି , ରାକେଶ କୁମାର ବେହେରା, ସୁବ୍ରତ ସାହୁ , ଯୋଗଶ ଜେନା, ସମୀମ୍ ଅକ୍ତର , ବିକି ଦାସ , ସ୍ମୃତି ରଞ୍ଜନ ଜଗଦେବ ପ୍ରମୁଖ ଛାତ୍ର ନେତା ଓ ଅନ୍ୟାନ୍ୟ ଦଳୀୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.