ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଝାରସୁଗୁଡ଼ାରେ “ଓଡିଶା ମୋ ପରିବାର ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ।

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଉପସ୍ଥିତିରେ “ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। 

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ସକାଳ ୧୦ ଟାରୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ମହାନ୍ତି ଲୋକଙ୍କୁ ପ୍ରତିଷେଧକ ଟୀକା ନ ଆସିବା ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବା, ବାହାରକୁ ଗଲେ ସର୍ବଦା ମାସ୍କ ବ୍ୟବହାର କରିବା ଓ ସାବୁନରେ ବାରମ୍ବାର ହାତ ଧୋଇବା ପାଇଁ ସଚେତନ କରାଇଥିଲେ। ଆଜିର ଏହି ଶିବିରରେ ସମୁଦାୟ ୬୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ଉପ-ସଭାପତି ବିଶ୍ବନାଥ ନାୟକ, ଯୁବ ବିଜୁ ଜନତା ଦଳ ସଭାପତି ପ୍ରଶାନ୍ତ କୁମାର ଜେନା, ବିଜେଡି ଏସି ସି ସେଲ ସଭାପତି ଜୟପ୍ରକାଶ କୁଅଁର, ବ୍ରଜରାଜନଗର ଟାଉନ ସଭାପତି ରାଧାକାନ୍ତ ପ୍ରଧାନ, ମିତ୍ରଭାନୁ ସାହୁ, ସରପଞ୍ଚ ଝରଣା ସାଗର, ସମିତି ସଭ୍ୟ ଗଣେଶ ବାଗ, ତପସ୍ଵିନୀ ମେହେର, କୁଳମଣି ଦାସ, ସଞ୍ଜିତ ପ୍ରଧାନ, ପ୍ରମୋଦ ଗଡ଼ତିଆ, ନରେଶ ଖମାରୀ, ସରୋଜ ଛଞ୍ଚାନ, ହୃଦାନନ୍ଦ ବାରିକ, ଲିଙ୍ଗରାଜ ମହାପାତ୍ର ପ୍ରଭୃତି ଉପସ୍ଥିତ ଥିଲେ।

ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ଝାରସୁଗୁଡ଼ା ବ୍ଲଡ ବ୍ୟାଙ୍କ ଅଧିକାରୀ ଡା. ଶିଲବନ୍ତୀ ଯୋଯୋ, କିରନ କୁମାର ସାହୁ, ଜ୍ଞାନେଶ୍ବର ପଟେଲ, ଭବାନୀ ସୁନାନୀ, ଦଳଗୋବିନ୍ଦ ଛଞ୍ଚାନ, ଦିଲ୍ଲୀପ ବନଛୋର ରକ୍ତ ସଂଗ୍ରହ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ପବିତ୍ର ବିଶି, ଲକ୍ଷ୍ମୀ ମିଶ୍ର, ପରାଧିନ ତନ୍ତୀ, ଆକାଶ ବଢେଇ, ସନାତନ ରୋହିଦାସ, ଗୌରାଙ୍ଗ ଛୁରା, ଗୋକୁଳାନନ୍ଦ ମିଶ୍ର, ସିଙ୍କୁ ନାୟକ, ମୁନ୍ନା କୁଅଁର,ସରୋଜ ସାହା, ସୁନିଲ ଭୋଇ  ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.