ବାରିପଦା ପୋଷ୍ଟ ଅଫିସରେ ସି ବି ଆଇ ରେଡ୍ ।

0

ବାରିପଦା(ଦିଲ୍ଲୀପ ମହାନ୍ତି)- ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ମୁଖ୍ୟ ଡାକଘର ର ଅତିରିକ୍ତ ପୋଷ୍ଟମାଷ୍ଟର (ଆକାଉଣ୍ଟ) ମନୋଜ କୁମାର ମହାନ୍ତ ଙ୍କୁ ମାଡି ବସିଲା ସିବିଆଇ। ବିଲ୍ ପାସ କରାଇଦେବାକୁ ବିଭାଗୀୟ କର୍ମଚାରୀ ହରିହର ମାଝୀଙ୍କ ଠାରୁ ଲାଞ୍ଚ ମାଗିଥିଲେ। ଶ୍ରୀ ମାଝି ଏ ନେଇ ସିବିଅାଇ ର ଦ୍ବାରସ୍ଥ ହୋଇଥିଲେ। ଯାହାକୁ ନେଇ ସିବିଆଇ ପକ୍ଷରୁ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇ ଲାଞ୍ଚୁଆ ଅଧିକାରୀ ମନୋଜ କୁମାର ମହାନ୍ତଙ୍କୁ ଧରିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ଆଜି ମନୋଜ ମହାନ୍ତ ହରିହର ମାଝୀଙ୍କ ଠାରୁ ଅଫିସ ପରିସରରେ ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ମାଡି ବସିଥିଲା। ତେବେ ତଦନ୍ତ ଜାରି ରହିଥିବାରୁ ସିବିଆଇ ଅଧିକାରୀ ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି।

Leave A Reply

Your email address will not be published.