ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ “ରକ୍ତ ଅଭାବରୁ ଜୀବନ ହାନି ନ ହେଉ” ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୧୦ ମଞ୍ଚେଶ୍ଵର ଶିଳ୍ପାଞ୍ଚଳ ଜଗନ୍ନାଥ ଲେପ୍ରୋସି କଲୋନୀ କମ୍ୟୁନିଟି ହଲ୍ ପରିସରରେ ଯୁବ ସମାଜସେବୀ ଏସ. କେ. ନୁରହସନଙ୍କ ତତ୍ତ୍ବାବଧାନରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଉତ୍ତର ଶ୍ରୀ ସୁଶାନ୍ତ କୁମାର ରାଉତ, ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ , ଅଶ୍ଵିନୀ ସୁନ୍ଦରାୟ, ଓଡ଼ିଶା ମୋ ପରିବାର ଦାୟିତ୍ୱରେ ଥିବା ବିଜେଡ଼ି ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ, ମୀରା ପରିଡ଼ା, ରୁଦ୍ର ସାମନ୍ତରାୟ, ସମୀର କୁମାର ପ୍ରଧାନ, ବିଜେଡି ସମ୍ପାଦକ ଅମରଜିତ୍ ସେନାପତି, ଉତ୍ତର ବିଜେଡ଼ି ସଭାପତି ସୂର୍ଯ୍ୟକାନ୍ତି ଜେନା, ପୂର୍ବତନ କର୍ପୋରେଟର ସଞ୍ଜୟ କୁମାର ବଳିଆର ସିଂ, ଯୁବବିଜେଡ଼ି ଭୁବନେଶ୍ୱର ସଭାପତି ସମରେଶ ବେହୁରା, ଯୁବ ବିଜେଡ଼ି ଜୋନ୍ ସଭାପତି ବିଜୟ କେତନ ସାହୁ, ଜିଲ୍ଲା ଛାତ୍ର ସଭାପତି ସୁବାସ ସାହୁ, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ବାଣୀ କଲ୍ୟାଣ, ଯୁବ ବିଜେଡ଼ି ନେତା ଲୋକେଶ କୁମାର, ସୂର୍ଯ୍ୟ ନାରାୟଣ ମହାନ୍ତି, ସୌମ୍ୟ ରଞ୍ଜନ ପ୍ରଧାନ, ଅକ୍ଷୟ କୁମାର ସ୍ବାଇଁ , ସୁଶାନ୍ତ କୁମାର ମୁଦୁଲି ,ରୁଦ୍ରଦେବ ମଲ୍ଲିକ, ଅଶୋକ କୁମାର ନାୟକ, ପ୍ରତାପ ଦାସ , କ୍ଷୀରୋଦ ବଳିୟାର ସିଂ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଓ ଶେଷରେ ୭୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ବୋଲି ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post