ବଲାଙ୍ଗିର : (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଗତ ମାସ ୨୬ ତାରିଖରେ ସଦର ବ୍ଲକ କୁସ୍ ମେଲ୍ ଗ୍ରାମରେ ଗୋଟିଏ ଜୀବନ୍ତ ଗାଈ କୁ ୪ଜଣ ଅଭିଯୁକ୍ତ ହତ୍ଯା କରୁଥିବା ବେଳେ ଗ୍ରାମବାସୀ ଜଣକୁ କାବୁ କରି ପୋଲିସ ର ଯିମା ଦେଇଥିଲେ। ଓ ଅନ୍ୟ ତିନିଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ଦିର୍ଘ ସାତଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଯୋଗୁଁ ଆଜି କୁସ୍ ମେଲ୍ ବଜରଙ୍ଗଦଳ ତରଫରୁ ଚନ୍ଦନଭାଟି ଫାଣ୍ଡି ଘେରାଉ କରି ଫେରାର୍ ଅଭିଯୁକ୍ତ କୁ ସିଘ୍ର ଗିରଫ ପାଇଁ ଦାବି କରାଯାଇଥିଲା। ଯଦି ଆଗାମୀ ସାତ ଦିନ ମଧ୍ୟରେ ଦୋଷୀମାନଙ୍କୁ ଧରାନଯାଏ ତାହାହେଲେ ବଜରଙ୍ଗଦଳ ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.