ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁ ଆଉ ନାହାନ୍ତି 

0

ପଦ୍ମପୁର – ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକ ମାଝିପାଲି ଗ୍ରାମର ମୂଲ ନିବାସୀ ତଥା  ସେଚତନ ହେମା,ତୋଳବନ୍ଦ ର ଜଣେ ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁଙ୍କ  କରୋନା ର କରାଲ ଗ୍ରାସରେ ତାଙ୍କର ମୃତ୍ୟୁ ଘଟି ଯାଇଛି  । ସେ ଜଣେ ସମାଜସେବୀ, ପରୋପକାରୀ,ଦକ୍ଷ ଶିକ୍ଷକ ତଥା କଳାକାର ଭାବରେ ବେଶୀ ପରିଚିତ ଥିଲେ  । ସଚେତନ ହେମା ଅନୁଷ୍ଠାନର ପ୍ରାୟୋଜିତ ନାଟକ କ୍ଷୀର ସମୁଦ୍ର ରେ ଅଭିନୟ କରିଥିଲେ  । ଯାହାକି ଲୋକ ନାଟକ ମହୋତ୍ସବ ରାଉରକେଲା ରେ ୨୦୧୮ ମସିହାରେ ମଞ୍ଚସ୍ଥ ହୋଇଥିଲା । ତାଙ୍କର ବିୟୋଗରେ କଳାକାର ସମାଜ ମର୍ମାହତ ହୋଇ ପଡିଛନ୍ତି । ସେ ଜଣେ ମଧ୍ୟ କରୋନା ଯୋଦ୍ଧା ହୋଇ ପୁଞୀପଥର ଟିଏମସି ରେ କାର୍ଯ୍ୟରତ ଥିଲେ  । ଏଣୁ ସରକାର ତାଙ୍କର ପରିବାରଙ୍କୁ ସହଯୋଗର ହାତ ବଢାଇବା ପାଇଁ ନାଟ୍ୟକାର ରାଜ କୁମାର ସାହୁ ଅନୁରୋଧ କରିଛନ୍ତି  ।

Leave A Reply

Your email address will not be published.