ସମାଜସେବୀ ଆଦିତ୍ୟ ଦାଶ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ 

0

ବୌଦ୍ଧ (ଦୋଳଗୋବିନ୍ଦ ନାଏକ) :  ସମାଜସେବୀ ଆଦିତ୍ୟ ଦାଶ ହତ୍ୟାକାଣ୍ଡ ରହସ୍ୟ ଘେରରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ତଦନ୍ତ ଠିକ ଭାବରେ କରାନଯିବା ଏବଂ ଆଜି ପର୍ଯ୍ୟନ୍ତ ପ୍ରକୃତ ହତ୍ୟାକାରୀକୁ ଗିରଫ କରନଯିବା ଘଟଣା ନେଇ ବୌଦ୍ଧ ଜିଲା ଯୁବ ସମାଜରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସମାଜସେବୀ ଆଦିତ୍ୟ ଦାଶ ହତ୍ୟାକାଣ୍ଡ ର କ୍ରାଇମବ୍ରାଚଂ ତଦନ୍ତ କରାଯିବା ପ୍ରତିବଦଳେ ସିବିଆଇ ଦ୍ୱାରା ତଦନ୍ତ କରାଯିବାକୁ ଦାବୀ କରାଯାଇଛି । ସମାଜସେବୀ ଆଦିତ୍ୟ ଦାଶ ଙ୍କ ପରିବାର ସଦସ୍ୟଙ୍କ ସମତେ ବୌଦ୍ଧ ଜିଲାର ଜନସାଧାରଣଙ୍କ ପକ୍ଷରୁ ଆଜି ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜନସାଧାରଣଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲାପାଳ ଜ୍ୟୋତିରଂଜନ ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଆୟୋଜିତ ବିକ୍ଷୋଭରେ ଆଦିତ୍ୟଙ୍କ ବାପା ନନ୍ଦୀକିଶୋର ଦାଶ, ଆଦିତ୍ୟଙ୍କ ମା ପଦ୍ମାଳୟା ଦାଶ, କେତନ କୁମାର ଅଗ୍ରୱାଲା, ବିକାଶ ମହାକୁଳ, ବାଲ୍ମିକି ମହାକୁଡ ଓ ଅନ୍ୟମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.