ଛଠ୍ ପର୍ବ ଆଗାମୀ ପିଢ଼ିକୁ ସଂସ୍କାର ସହ ଯୋଡ଼ି ରଖିବ – ଧର୍ମେନ୍ଦ୍ର ପ୍ରଧାନ
• ଭାରତୀୟ ପରମ୍ପରା ଓ ସଂସ୍କୃତିର ଏହି ମହାନ ପର୍ବ ମାନବ ସମାଜକୁ ପ୍ରକୃତିର ଉପାସନା, ସଂଯମ ଏବଂ ସାମାଜିକ ଏକତାର ବାର୍ତ୍ତା ଦେଇଥାଏ
• ଛଠ୍ ପର୍ବର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ପବିତ୍ରତା ଏବଂ ଲୋକଆସ୍ଥା
ସମ୍ବଲପୁର, ନଭେମ୍ବର ୧୫, ୨୦୨୬ – ପବିତ୍ର ଛଠ୍ ପୂଜା ଅବସରରେ ସମ୍ବଲପୁରର ବରେଇପାଲି, ରେମେଡ଼ ଏବଂ ବୁର୍ଲା ସମେତ ବିଭିନ୍ନ ସ୍ଥାନରେ ଆୟୋଜିତ ଉତ୍ସବରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।
ଛଠ୍ ପୂଜା ଉତ୍ସବରେ ଯୋଗଦେଇ ସେ କହିଛନ୍ତି ଯେ ଭାରତୀୟ ପରମ୍ପରା ଓ ସଂସ୍କୃତିର ଏହି ମହାନ ପର୍ବ ମାନବ ସମାଜକୁ ପ୍ରକୃତିର ଉପାସନା, ସଂଯମ ଏବଂ ସାମାଜିକ ଏକତାର ବାର୍ତ୍ତା ଦେଇଥାଏ । ଛଠ୍ ପର୍ବର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ପବିତ୍ରତା ଏବଂ ଲୋକଆସ୍ଥା। ଆମର ଏହି ଅନନ୍ୟ ପରମ୍ପରା ଆଗାମୀ ପିଢ଼ିକୁ ମଧ୍ୟ ନିଜ ସଂସ୍କୃତି ଓ ସଂସ୍କାର ସହ ଯୋଡ଼ି ରଖିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି । ସେହିପରି ଲୋକଆସ୍ଥାର ମହାନ ପର୍ବ ଛଠ୍ ପୂଜାରେ ଯୋଗଦେଇ ପ୍ରକୃତି ଓ ସୂର୍ଯ୍ୟ ଉପାସନାର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସମୃଦ୍ଧ କରୁ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଭଗବାନ ସୂର୍ଯ୍ୟଦେବ ଓ ଛଠୀ ମୈୟାଙ୍କ ନିକଟରେ ସେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି।