ଆଉ ନାହାନ୍ତି ଵିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ବାଉରୀବନ୍ଧୁ କର

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଆ ଭାଷା ସାହିତ୍ୟର  ଵିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ବାଉରୀବନ୍ଧୁ କରଙ୍କ ୬୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ପ୍ରଫେସର ଶ୍ରୀ କରଙ୍କ ବିୟୋଗରେ ଓଡିଶା ଭାଷା ସାହିତ୍ୟ ଜଗତରେ ଏକ ବିରାଟ ଶୁନ୍ୟ ସ୍ଥାନ ସୃଷ୍ଟି ହୋଇଛି | ୧୯୫୧ ମସିହା ସେପ୍ଟେମ୍ବର ମାସ ୧୨ ତାରିଖରେ ଯାଜପୁର ଜିଲ୍ଲା ଖଣ୍ଡିତର,କଵୀରପୁର ଠାରେ ଜନ୍ମଗ୍ରହଣ କରିଥିବା ପ୍ରଫେସର କର ନିଜର ଅନବଦ୍ୟ ସାହିତ୍ୟ ସର୍ଜ୍ଜନା ଦ୍ୱାରା ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି  । ବ୍ରହ୍ମପୁର ଵିଶ୍ଵବିଦ୍ୟାଳୟରୁ ପ୍ରଫେସର ଭାବେ ଅବସର ଗ୍ରହଣ । ତାଙ୍କର ଅନବଦ୍ୟ କୃତି ମଧ୍ୟରେ ଓଡ଼ିଆ ସାହିତ୍ୟର ଇତିହାସ, ଚିନ୍ତନ ଅନୁଚିନ୍ତନ,ନାନା ଆଲୋଚନା, ସମାଲୋଚନା ଭାରତୀ କରିଥିବା ସ୍ବର୍ଗତ କର ଓଡ଼ିଆ ପ୍ରବନ୍ଧ ସାହିତ୍ୟ, ପଣ୍ଡିତ ନୀଳକଣ୍ଠ ଦାସ, ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ସ୍ତବକ,ସୁରେନ୍ଦ୍ର ସମୀକ୍ଷା,ଅଭିନନ୍ଦନ ଗ୍ରନ୍ଥ,ସାହିତ୍ୟ ସାଧକ କବି ରମାକାନ୍ତ ରଥ,ସାହିତ୍ୟ ସାଧକ ଶରତ କୁମାର ମହାନ୍ତି ଇତ୍ୟାଦି ଦୁର୍ମୁଲ୍ୟ ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ଦେଇଛନ୍ତି ଅମୁଲ୍ୟ ଅବଦାନ | ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି | ତାଙ୍କର ବିୟୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶୋକ ବ୍ୟକ୍ତ କରାଯିବ ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି | 

Leave A Reply

Your email address will not be published.