ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : କେନ୍ଦ୍ର ସରକାରଙ୍କ ଜିଲ୍ଲା ସାମାଜିକ ନ୍ୟାୟ ଏବଂ ସଶକ୍ତି କରଣ ମନ୍ତ୍ରଣାଳୟ ଓ ସି.ଆର.ଏସ.ଆର ଭଦ୍ରକଙ୍କ ମିଳିତ ଆନୁକୁଲ୍ୟରେ ଓଡ଼ଗାଁ ବ୍ଲକ ନିକଟ କଲ୍ୟାଣ ମଣ୍ଡପ ଠାରେ ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଉପକରଣ ବଂଟନ ଶିବିର ଆୟୋଜିତ ହୋଇଯାଇଛି । ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଜିଲ୍ଲା ପରିଷଦ ସଦସ୍ୟ ବିଭୁ ପ୍ରସାଦ ସାହୁ, ବିଡିଓ ସ୍ୱାତିଲେଖା ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ଯୋଗଦେଇ ୨୬ ଟ୍ରାଇ ସାଇକେଲ, ୮ ହୁଇଲ ଚେୟାର, ୧୧ ଶ୍ରବଣ ଯନ୍ତ୍ର, ୪ ସ୍ମାର୍ଟ ଫୋନ(ଅନ୍ଧ ଛାତ୍ର/ଛାତ୍ରୀ ମାନଙ୍କ ନିମନ୍ତେ), ୧୦ କୃତିମ ଅଙ୍ଗ, ୯ କୃତିମ ଉପକରଣ, ୩୪ ଆଶାବାଡ଼ି ଏବଂ ୧ ଗୋଟି ରୋଲେଟର ଇତ୍ୟାଦି ସହାୟତା ଉପକରଣ ୬୪ ଜଣ ଦିବ୍ୟାଙ୍ଗଙ୍କୁ ପ୍ରଦାନ କରିଥିଲେ । ବ୍ଲକ ସାମାଜିକ ମଙ୍ଗଳ ଅଧିକାରିଣୀ ରାଜେଶ୍ୱନୀ ପ୍ରଧାନ, ପୋଗ୍ରାମ୍ ଆସିଷ୍ଟାଣ୍ଡ ନୀଳମାଧବ ମିଶ୍ର ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସି.ଆର.ଏସ.ଆର ଭଦ୍ରଖ କର୍ମକର୍ତା ନୃପକିଶୋର ବାରିକ, ରତିକାନ୍ତ ନାଏକ, ଚାନ୍ଦିନ ବେଗମ ଦିବ୍ୟାଙ୍ଗ ଉପକରଣ ବଂଟନରେ ସହାୟତା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post