ବିଜୁ ଛାତ୍ର ଜନତା ଦଳ ଜ଼ିଲ୍ଲା ସଭାପତି ସିଦ୍ଧାନ୍ତ ମହାନ୍ତି ଙ୍କ ପିଏଚଡି ଡିଗ୍ରୀ ହାସଲ l

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜ଼ିଲ୍ଲା ସଭାପତି ସିଦ୍ଧାନ୍ତ ମହାନ୍ତି ପିଏଚଡି ଡିଗ୍ରୀ ହାସଲ କରିଛନ୍ତି l ମଙ୍ଗଳବାର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ମୋୖଖିକ କରାଯାଇ ବାଣିଜ୍ୟ ବିଭାଗ ର ଛାତ୍ର ସିଦ୍ଧାନ୍ତ ମହାନ୍ତି ଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରାଯାଇଛି l ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ଡ଼. ଶ୍ରୀନିବାସ ଦାଶ ଙ୍କ ତତ୍ୱାବଧାନ ରେ ସିଦ୍ଧାନ୍ତ କାମ କରୁଥିଲେ l ଏହା ସହିତ ପ୍ରାଣୀ ବିଜ୍ଞାନ ଛାତ୍ର ରାକେଶ କୁମାର ସ୍ୱାଇଁ ଙ୍କୁ ମଧ୍ୟ ପିଏଚଡି ଡିଗ୍ରୀ ପ୍ରଦାନ କରାଯାଇଛି l କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ଅନ୍ ଲାଇନ ରେ ମୌଖିକ ଗୁଡିକ କରାଯାଇ ଥିବା ବେଳେ ବିଶ୍ୱବିଦ୍ୟାଳୟ କୁଳ ସଚିବ ପ୍ରାଧ୍ୟାପକ ଡ଼. ଅତନୁ ପତି, ପରୀକ୍ଷା ନିୟନ୍ତ୍ରକ ଡ଼. ହେମା ନାୟକ, ରେଜିଷ୍ଟାର ଗିରିଶ ଚନ୍ଦ୍ର ସିଂହ, ବାଣିଜ୍ୟ ବିଭାଗ ମୁଖ୍ୟ ଡ଼. ଶ୍ୟାମା ଚରଣ ଆଚାର୍ଯ୍ୟ ଓ ଉପ କୁଲ ସଚିବ ଡ଼. ଉମା ଚରଣ ପତି ଉପସ୍ଥିତ ଥିଲେ l ପିଏଚଡି ଡିଗ୍ରୀ ହାସଲ କରି ଥିବା ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜ଼ିଲ୍ଲା ସଭାପତି ଡ଼. ସିଦ୍ଧାନ୍ତ ମହାନ୍ତି ଙ୍କୁ  ଅନେକ ବ୍ୟକ୍ତି  ଶୁବେଛା ଜ୍ଞାପନ କରିଛନ୍ତି l

   

Leave A Reply

Your email address will not be published.