ଭିସୁଟ: ଏମର୍ଜିଂ ଟେକ୍ନୋଲୋଜି କର୍ମଶାଳା ଉଦଘାଟିତ l

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ଭିସୁଟ ଇନଫର୍ମେସନ ଟେକ୍ନୋଲୋଜି ବିଭାଗ ପକ୍ଷରୁ ଟିକ୍ୟୁପ-୩ ସହଯୋଗରେ ଅନଲାଇନ ସାପ୍ତାହିକ ‘ଏମର୍ଜିଂ ଟେକ୍ନୋଲୋଜି: ଥିଓରୀ ଆଣ୍ଡ ଆପ୍ଲିକେସନ(ଏଟା-୨୦୨୦)’ ଶୀର୍ଷକ କର୍ମଶାଳା ଗୁଗଲ ମିଟ୍ ପ୍ଲାଟଫର୍ମ ରେ ଉଦଘାଟିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧୁରୀ, ସମ୍ମାନିତ ଅତିଥି ରୂପେ ସଂଯୋଜକ, ଟିକ୍ୟୁପ-୩ ପ୍ରଫେସର ଅମର ନାଥ ନାୟକ, ବିଶେଷ ଅତିଥି ରୂପେ ଡିନ, ସିଡିସଇ ପ୍ରଫେସର ଉମା ରଞ୍ଜନ ଜେନା ଯୋଗଦେଇଥିଲେ l ଇନଫର୍ମେସନ ଟେକ୍ନୋଲୋଜି ବିଭାଗ ମୁଖ୍ୟ ଡ. ମାନସ ରଞ୍ଜନ ସେନାପତି, କମ୍ପ୍ୟୁଟର ଆପ୍ଲିକସନ ବିଭାଗ ମୁଖ୍ୟ ଡ. ସୁଚେତା ପଣ୍ଡା, ସହଯୋଗୀ ପ୍ରଫେସର ଡ. ହିମାଂଶୁ ଶେଖର ବେହେରା, ସଂଯୋଜକ ଡ. ସତ୍ୟବ୍ରତ ଦାସ ଏବଂ ସଂଜୀବ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଏଟା-୨୦୨୦ ରେ ଓଡ଼ିଶା ଏବଂ ଦେଶର ଅଗ୍ରଣୀ ଶିକ୍ଷାନଷ୍ଠାନ ଓ ଉଦ୍ୟୋଗରୁ ୧୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ, ଗବେଷକ ଯୋଗ ଦେଇଥିଲେ l ଏହି କର୍ମଶାଳାରେ ଓୟାରଲେସ୍ ସେଂସୋର୍ ନେଟୱର୍କ, କ୍ଲାଉଡ୍ କମ୍ପୁଟିଂ, ଆଇଓଟି, ମେସିନ ଲର୍ଣିଂ, ବ୍ଲକଚେନ ଟେକ୍ନୋଲୋଜି, ଇମେଜ ପ୍ରୋସେସିଂ, ଡିପ ଲର୍ଣିଂ ଭଳି ଆଧୁନିକ ଗବେଷଣା ଧାରା ଉପରେ ବିସ୍ତୃତ ଆଲୋଚନା ର କାର୍ଯ୍ୟକ୍ରମ ରହିଛି l

 

Leave A Reply

Your email address will not be published.