ମାନବ ସେବା ସଂଘ ‘ମୁକ୍ତିପଥ’ ଦ୍ବାରା ଅଜଣା ମହିଳାଙ୍କ ଶବ ସଂସ୍କାର। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) ଗତକାଲି ମାନବ ସେବା ସଂଘର ‘ମୁକ୍ତିପଥ’ ପକ୍ଷରୁ ଏକ ଅଚିହ୍ନା ମୃତ ଦେହର ସଂସ୍କାର ହିନ୍ଦୁ ନୀତି ନିୟମ ଅନୁଯାୟୀ କରାଯାଇଛି। ଏହା ସହିତ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ସର୍ବମୋଟ ଏହିପରି ୪୯ଟି ମର ଶରୀରର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି। 

ସୂଚନା ଅନୁଯାୟୀ ଗତ କିଛିଦିନ ଧରି ଝାରସୁଗୁଡ଼ା ସହରରେ ବୁଲୁଥିବା ଏହି ମହିଳା ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ନିଜ ନାମ ଶାନ୍ତି ବିଶ୍ବାଳ ଓ ଘର ଛତିଶଗଡ଼ର ରାୟଗଡ଼ ବୋଲି କହିଥିଲେ। ଗତ ୧ ସେପ୍ଟେମ୍ବରରେ ତାଙ୍କୁ ଏହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବଂ ୨ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତଦନ୍ତ ଅଧିକାରୀ ଗଜେନ୍ଦ୍ର କୁମାର ବର୍ଛାର ମାଜିଷ୍ଟ୍ରେଟ ଜୋବିତା ତିର୍କୀ, ସଂଘର କାର୍ଯ୍ୟକର୍ତ୍ତା ରମେଶ ଗାନ୍ଧୀ, ସୋଫିଆ ମିଞ୍ଜ, ସର୍ତ୍ତୁକୋ ବେହେରା, ବାସିଲ ବାରି ଓ ବିଷ୍ଣୁ ସିଂହଙ୍କ ଉପସ୍ଥିତିରେ ଏହି ମହିଳାଙ୍କ ମୃତ ଶରୀରର ଅନ୍ତିମ ସଂସ୍କାର ସଂଘ ଦ୍ବାରା ବୁରୋମାଲ ସ୍ଥିତ ମୁକ୍ତିଧାମ ଶ୍ମଶାନ ଧାମ ଠାରେ ସମାପିତ ହୋଇଥିଲା। 

ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ାର ମାନବ ସେବା ସଂଘ, ଏହିପରି ଯେ କୌଣସି ମୃତ ଶରୀର ଯାହାର କୌଣସି କାରଣରୁ କୁଟୁମ୍ବ ପରିଜନଙ୍କ କୌଣସି ଖବର ମିଳିପାରେ ନାହିଁ, ତାର ଅନ୍ତିମ ସଂସ୍କାର କରିବାକୁ ଆଗେଇ ଆସନ୍ତି।

Leave A Reply

Your email address will not be published.