କେନ୍ଦ୍ର କ୍ୟାବିନେଟର ‘ମିଶନ କର୍ମଯୋଗୀ’ ଶୁଭାରମ୍ଭ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

0

• ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଜନସେବା ପାଇଁ ଉତ୍ସାହ ଦେବ – ଧର୍ମେନ୍ଦ୍ର ପ୍ରଧାନ

• ଜମ୍ମୁ କଶ୍ମୀରର ଭାଷା କଶ୍ମିରୀ, ହିନ୍ଦି ଏବଂ ଡଗରି ଭାଷାକୁ ସରକାରୀ ମାନ୍ୟତା

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଦେଲେ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ‘ମିଶନ କର୍ମଯୋଗୀ’ ଶୁଭାରମ୍ଭ କରାଯିବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେବା ସହ କହିଛନ୍ତି ‘ମିଶନ କର୍ମଯୋଗୀ’ର ଶୁଭାରମ୍ଭ ତଥା ପ୍ରଶାସନିକ ସେବାରେ ସଂସ୍କାର ଭବିଷ୍ୟତରେ ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଗଠନମୂଳକ, ଅଭିନବ ଓ ପ୍ରଗତିଶୀଳ ହୋଇ ଜନ ସେବା କରିବା ପାଇଁ ଉତ୍ସାହ ଦେବ ଓ ସହଯୋଗ କରିବ ।

ବ୍ୟକ୍ତିଗତ ତଥା ଅନୁଷ୍ଠାନ ସ୍ତରରେ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ବିକାଶ ହେଲେ ତୃଣମୂଳ ସ୍ତରରେ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେବ, ସରକାରୀ ଅନୁଷ୍ଠାନକୁ ମଜବୁତ୍ କରିବ ଏବଂ କାର୍ଯ୍ୟ ପ୍ରକ୍ରିୟାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ‘ମିଶନ କର୍ମଯୋଗୀ’ ବଳରେ ଦେଶର ପ୍ରଶାସନିକ ଅଧିକାରୀମାନେ ଭାରତୀୟ ସଂସ୍କୃତିରେ ବିଶ୍ୱର ସର୍ବୋତ୍ତମ ଅଭ୍ୟାସର ମିଶ୍ରଣ କରି ମାନବସମ୍ବଳର ପ୍ରବନ୍ଧନକୁ ‘ନିୟମ ଆଧାର’ରୁ ‘ଭୂମିକା ଆଧାର’ରେ ପରିଣତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହାସହ ଦୀର୍ଘଦିନର ଦାବୀକୁ ପୂରଣ କରିବା ତଥା କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ଭାଷା କଶ୍ମିରୀ, ହିନ୍ଦି ଏବଂ ଡଗରି ଭାଷାକୁ ସରକାରୀ ମାନ୍ୟତା ଦେଇଥିବାରୁ ପୁନର୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.