ଜଳବନ୍ଦୀ ହାତୀ ଆକ୍ରମଣରେ ଜଣେ ମୃତ

0 1

ପଦ୍ମପୁର :- ଟାପୁରେ ଫସିଥିବା ହାତୀ ଆକ୍ରମଣ ଫଲରେ ଘନାମାଲ ଗ୍ରାମର ଜଣେ ମୄତ । ମୃତ ବ୍ୟକ୍ତି ଜଣକ ଘନମାଲ ଗ୍ରାମର ୫୦ ବର୍ଷିୟ ସପ୍ତ ନାଏକ ।ସୂଚନା ଅନୁସାରେ ଗତକାଲି ରାତିରେ ଘେଁଷ ରେଂଜ ଅଧିନସ୍ଥ ଝାଂଜପାହାଡରୁ ପଦ୍ମପୁର ରେଂଜ ବୁଢାଡୁଙ୍ଗୁରି ଅଭିମୁଖେ ଚାରିଗୋଟି ହାତୀ ବାହାରି ଥିବା ବେଳେ ଅଙ୍ଗନଦୀରେ ଅତ୍ୟଧିକ ଜଳପ୍ରବାହିତ ହେବା ଫଳରେ ହାତୀ ମାନେ ନଈ ପାର ହୋଇପାରିନଥିଲେ । ସେମାନେ ଦିନଯାକ ଘନମାଲ ଗ୍ରାମ୍ୟ  ଜଙ୍ଗଲରେ ରହିଥିଲେ ଏବଂ ସନ୍ଧ୍ୟା ସମୟରେ ଗ୍ରାମବାସୀ ଏକତ୍ରିତ ହୋଉ ହାତୀ ଘଉଡାଇବା ସମୟରେ ଘନାମାଲ ଗ୍ରାମରେ ଜଣକୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଉକ୍ତ ବ୍ୟକ୍ତି ଙ୍କ ମୄତ୍ୟୁ ହୋଇଥିବା ଜଣାପଡିଛି ।ହାତୀ ଗୁଡିକ ବର୍ତ୍ତମାନ ଘନାମାଲ ଠାରୁ ଅଳ୍ପଦୂର ତାଳପାଲି ପାଖରେ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.