ଲୋକପ୍ରତିନିଧିଙ୍କ ଅନୁପସ୍ଥିତିରେ ମନମାନି କରୁଛନ୍ତି ସରକାରୀ ଅଧିକାରୀ।

0

http://www.youtube.com/watch?v=Cd26NeD7Y8g

 ପୌରପାଳିକାରେ ମନମୁଖୀ ହେଉଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। 

 

ଭୁବନେଶ୍ୱର (CITIZEN REPORTER)  :ସମସ୍ତ ବିଜ୍ଞାପିତ ପରିଷଦ ଅଞ୍ଚଳ, ପୌରପାଳିକା ଓ ପୌର ପରିଷଦ ମାନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯିବା ପରେ ଦେଢ଼ ବର୍ଷ ବିତିଯାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ରାଜ୍ୟରେ ଏସବୁର ନିର୍ବାଚନ ଏପର୍ଯ୍ୟନ୍ତ ହୋଇ ପାରିନାହିଁ। ଏ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି, ସେ ବିଷୟର ମଧ୍ୟ ସ୍ପଷ୍ଟତା ନାହିଁ। ମାତ୍ର ଏହି ପରିସ୍ଥିତିରେ ଏହାର ଯଦି କେହି ଲାଭ ନେଉଛନ୍ତି, ସେମାନେ ହେଉଛନ୍ତି ଏହିସବୁ ସ୍ବାୟତ୍ତ ଶାସନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନେ। କ୍ଷମତା ଏମାନଙ୍କୁ ଏପରି ଅନ୍ଧ କରିଦେଇଛି ଏମାନେ ଧରାକୁ ସରି ମାନୁ ନାହାଁନ୍ତି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳୁଛି, ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ମହୋଦୟଙ୍କ କ୍ଷେତ୍ରରେ।

କଥା ଛୋଟିଆ, କାମ ବି ବେଶୀ ସମୟର ନୁହେ | ଆଉ କର୍ତ୍ତୃପକ୍ଷ ବି ଅଜଣା ନୁହନ୍ତି କି ଲୋକ ବି ଜଣାଇ ନାହାନ୍ତି ବୋଲି କହିହେବନି | ହେଲେ ଏହା ସତ୍ତ୍ୱେ ଯଦି ଏ ଛୋଟିଆ କାମ ଟିଏ ହୋଇ ପାରୁନାହିଁ ତାହା ପୌର କର୍ତ୍ତୃପକ୍ଷଙ୍କ ମାନସିକତାକୁ ପ୍ରମାଣିତ କରିଛି |  ଗତ ଅନେକ ମାସ ଧରି ଝାରସୁଗୁଡ଼ାର ସରବାହାଲ ଏବଂ ସୁନାରୀମୁଣ୍ଡାକୁ ସଂଯୋଗ କରୁଥିବା ରାସ୍ତାରେ ସରବାହାଲ ହାଇସ୍କୁଲରୁ ପ୍ରାୟ ୨୦୦ ଫୁଟ ଦୂରରେ ଥିବା ଷ୍ଟ୍ରିଟ ଲାଇଟ ବିପଦଜ୍ଜନକ ଭାବରେ ଢଳି ରହିଅଛି। ଦିନକୁ ଦିନ ଏହି ଖମ୍ବଟି ବେଶୀ ମାତ୍ରାରେ ଢଳି ଢଳି ଯାଉଛି। ଏହା ନେଇ ଲୋକେ ସଂପର୍କିତ ବିଭିନ୍ନ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି, ମାତ୍ର କୌଣସି ସୁଫଳ ମିଳିନାହିଁ। ଝାରସୁଗୁଡ଼ା ପୌରପାଳିକାର ଅନ୍ତର୍ଗତ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣର ଦାୟିତ୍ବ ପୌରପାଳିକାର ଅଟେ। ଏପର୍ଯ୍ୟନ୍ତ  କାର୍ଯ୍ୟନିର୍ବାହୀ ଅଧିକାରୀ  ରାମ ପ୍ରଧାନ କ’ଣ କରୁଛନ୍ତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏହାନେଇ ଜଣେ ପୂର୍ବତନ ନଗରପାଳ ମଧ୍ୟ କଥା ଉଠାଇଥିଲେ।  

ସୂଚନାଯୋଗ୍ୟ ଯେ ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ଯିବା ଆସିବା କରେ। ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଏହି ରାସ୍ତାରେ ଗତାଗତ କରନ୍ତି। ପ୍ରାତଃ ଓ ସାଂଧ୍ୟ ଭ୍ରମଣରେ ମଧ୍ୟ  ରାସ୍ତାକୁ ଅନେକ ଲୋକ ବ୍ୟବହାର କରନ୍ତି। ଲୋକଙ୍କ ମଧ୍ୟରେ ସ୍ବାଭାବିକ ଭାବରେ ପ୍ରଶ୍ନ ଆସୁଛି ଯେ କାର୍ଯ୍ୟନିର୍ବାହୀ ଅଧିକାରୀ କ’ଣ କୌଣସି ଦୁର୍ଘଟଣା ହେଲେ ବା ଅମୂଲ୍ୟ ଜୀବନ ଗଲେ ଯାଇ ହିଁ ଚେତିବେ?(ତଥ୍ୟ ଓ ଫୋଟୋ ହ୍ଵାଟ୍ସଆପ ମାଧ୍ୟମରେ ପଠାଇଛନ୍ତି ଝାରସୁଗୁଡାର ଜଣେ ସଚେତନ ନାଗରିକ ) 

Leave A Reply

Your email address will not be published.