କୋରୋନା ସଂକ୍ରମିତଙ୍କ ସନ୍ତାନ ପ୍ରସବ, ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଦ୍ବିତୀୟ ଥର ।

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଗତ ରବିବାର ବିଳମ୍ବିତ ରାତ୍ରିରେ ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଏକ ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ହାମାନ୍ୟ ଅଛି ବୋଲି ପ୍ରସବ କରାଇଥିବା ଡାକ୍ତର ଦେବେନ୍ଦ୍ର ମେହେର ଜଣାଇଛନ୍ତି। 

ସୂଚନାନୁସାରେ କୋରୋନା ପଜିଟିଭ ଜଣା ପଡ଼ିବା ପରେ ମହିଳା ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ରାତ୍ରି ୧୨.୫୦ ମିନିଟରେ ଡାକ୍ତର ଦେବେନ୍ଦ୍ର ମେହେର ଏବଂ ତାଙ୍କ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ପ୍ରସବ ସମ୍ଭବ ହୋଇପାରିଲା ବୋଲି ପରିବାର ଲୋକେ କହିଛନ୍ତି। ଏଥିପାଇଁ ସମସ୍ତଙ୍କୁ ସେମାନେ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ। 

ସୂଚନାଯୋଗ୍ୟ ଯେ ଡଃ ଦେବେନ୍ଦ୍ର ମେହେର ଓ ତାଙ୍କ ଦଳ ଗତ ୧୦ ଅଗଷ୍ଟରେ  ମଧ୍ୟ ଜଣେ ୨୫ ବର୍ଷ ବୟସ୍କା ଗର୍ଭବତୀ ମହିଳା ଯିଏ କି କୋରୋନା ପଜିଟିଭ ଥିଲେ,ସଫଳତାର ସହ ପ୍ରସବ କରାଇ ଥିଲେ।

Leave A Reply

Your email address will not be published.