ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ଏବଂ ଅନୁଗୋଳ ଜିଲ୍ଲା ସୀମାନ୍ତର ଟୁସର ପଞ୍ଚାୟତ ଓରଡା ଗ୍ରାମ ଗରଗଡିଆ ନାଳରେ ଆଜି ଜଣେ ଅଜଣା ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଏହି ମୃତଦେହଟି ନାଳ ପାଣିରେ ଭାସି ଆସିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକ ଏହା ଦେଖିବା ପରେ କିଆକଟା ଥାନାକୁ ଖବର ଦେଇଥିଲେ। ଖବର ପାଇ କିଆକଟା ଥାନା ଆଇଆଇସି ଅନାମ ଲାକ୍ରା, ଏଏସ୍ଆଇ ସଞ୍ଜୟ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଯୁବତୀଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କଟା ଯାଇ ହତ୍ୟା ଯାଇଥିବାର ଜଣା ପଡିଛି। ଯୁବତୀଙ୍କ ଆନୁମାନିକ ବୟସ ୨୦ ହେବ। ବର୍ତ୍ତମାନ ସୁଦ୍ଧା ତାଙ୍କ ପରିଚୟ ମିଳି ପାରିନି ବୋଲି କିଆକଟା ଆଇଆଇସି ଅନାମ ଲାକ୍ରା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.