୭ ଦିନ ପାଇଁ ସଟଡାଉନ ହେବ ଝାରସୁଗୁଡ଼ା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସମଗ୍ର ଝାରସୁଗୁଡ଼ା ଜିଲ୍ଲାକୁ ଆଗାମୀ  ସାତ ଦିନ ନିମନ୍ତେ ସଂପୂର୍ଣ୍ଣ ସଟଡାଉନ କରିବା ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆଗାମୀ ଶନିବାର ଦିନ ସଂପୂର୍ଣ୍ଣ ସଟଡାଉନକୁ ବାତିଲ କରାଯାଇ ୩୦  ଅଗଷ୍ଟରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବ। 

ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ସକାଳ ୬ ଟାରୁ  ଦିନ ୧୧ ଟା ପର୍ଯ୍ୟନ୍ତ ରାଶନ ଦୋକାନ, ପନିପରିବା, କ୍ଷୀର, ମାଛ, ମାଂସ,ଅଣ୍ଡା ସଟଡାଉନ ସମୟରେ  ଖୋଲା ରହିବ। ମେଡିକାଲ ଷ୍ଟୋର ଗୁଡ଼ିକ ଯଥାବତ୍ ଖୋଲା ରହିବ। କେବଳ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବାହାରିବା ଉପରେ କଟକଣା ରହିବ। ଏୟାରପୋର୍ଟ ଓ ରେଳ ଷ୍ଟେସନକୁ ଯିବା ପାଇଁ ଯାତ୍ରୀଙ୍କୁ ଅନୁମତି ମିଳିବ। ଯାନବାହାନ ଚଳାଚଳ ଉପରେ କଟକଣା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନୁମୋଦିତ ସମୟରେ ପଦଯାତ୍ରୀ ମାନଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଅନୁମତି ଦିଆଯିବ। ବ୍ୟାଙ୍କ ଗୁଡ଼ିକ ସାମାଜିକ ଦୂରତା ରକ୍ଷା କରି ଖୋଲା ରଖିବେ। ଶିଳ୍ପାଞ୍ଚଳ ମାନଙ୍କରେ ମଧ୍ୟ ଅନେକ କଟକଣା ଅବଲମ୍ବନ କରିବାକୁ ନିୟମ କରାଯାଇଛି।

 

 

Leave A Reply

Your email address will not be published.