ଜୋରିମାନା ଆଦାୟ ନେଇ ବିଜ୍ଞପ୍ତି ପ୍ରକାଶ କଲେ ଝାରସୁଗୁଡ଼ା ପୋଲିସ।

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଲକଡାଉନ ସମୟରେ ବିଭିନ୍ନ କଟକଣାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଲୋକଙ୍କଠାରୁ ଜୋରିମାନା ହାସଲ କରିଥିବାର ଏକ ବିଜ୍ଞପ୍ତି ଝାରସୁଗୁଡ଼ା ପୋଲିସ ଆଜି ଜାରି କରିଛନ୍ତି। 

ଗତ ୨୧/୦୮/ ୨୦୨୦ ରୁ ୨୮/୦୮/ ୨୦୨୦ ପର୍ଯ୍ୟନ୍ତ ସାତ ଦିନ ମଧ୍ୟରେ ବିଭିନ୍ନ ନିୟମ ଉଲ୍ଲଘଂନ ପାଇଁ  ସମୁଦାୟ ଟ୧,୩୭,୬୦୦/- ଟଙ୍କା ଜୋରିମାନା ଆଦାୟ କରିଥିବା ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଏଥି ମଧ୍ୟରୁ କେବଳ ମାସ୍କ ନ ପିନ୍ଧିବା ଯୋଗୁଁ  ଟ ୧,୩୪,୬୦୦/ – ଆଦାୟ କରାଯାଇଛି। ମୋଟର ଭେଇକଲ ଆକ୍ଟ ଉଲ୍ଲଂଘନ ପାଇଁ ଟ ୩,୦୦୦/- ଆଦାୟ ହୋଇଛି।  ଏହା ମଧ୍ୟରେ ସମୁଦାୟ ୧୯ ଟି ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ ୧୯୨ ଲିଟର ଦେଶୀମଦ ଜବତ କରାଯାଇଛି ବୋଲି ମଧ୍ୟ ସୂଚନା ମିଳିଛି।

Leave A Reply

Your email address will not be published.