ସର୍ବାଧିକ ନମୁନା ପରୀକ୍ଷା କରୁଥିବା ରାଜ୍ୟ ତାଲିକାରେ ଓଡିଶା ଦ୍ଵିତୀୟ ସ୍ଥାନରେ 

0

ଜାତୀୟ ହାର ଠାରୁ ଊର୍ଧ୍ୱରେ ଓଡ଼ିଶାର ନମୁନା ପରୀକ୍ଷା ହାର 

ଭୁବନେଶ୍ୱର : ଦେଶରେ କୋଭିଡି ନମୁନା ପରୀକ୍ଷା କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟିଥିବା ବେଳେ ଓଡିଶା ଜାତୀୟ ହାର ଠାରୁ ବେଶ ଆଗରେ ରହି ସର୍ବାଧିକ ନମୁନା ପରୀକ୍ଷା କରୁଥିବା ରାଜ୍ୟ ତାଲିକାର ଦ୍ଵିତୀୟ ସ୍ଥାନରେ ରହିବାରେ ସକ୍ଷମ ହୋଇପାରିଛି ନିଜ ନିରବଛିନ୍ନ ପ୍ରଚେଷ୍ଟା କାରଣରୁ | ଦେଶରେ ଏହି ପରୀକ୍ଷା ହାର ପ୍ରତି ନିୟୁତ ଜନସଂଖ୍ୟା ପିଛା ୫୮୦ ଥିବା ବେଳେ ୧୧ଟି ରାଜ୍ୟ ଜାତୀୟ ହାରଠାରୁ ଊର୍ଧ୍ୱରେ ଅଛି | ପ୍ରଥମରେ ଗୋଆ ରହିଥିବା ବେଳେ ନିୟୁତ ଜଣ ସଂଖ୍ୟା ୧୨୬୫ ନମୁନା ପରୀକ୍ଷା କରି ଓଡିଶା ଦ୍ଵିତୀୟ ସ୍ଥାନରେ ରହିଛି | 

ସୂଚନାଜୋଗ୍ୟ ଯେ  ପିଛା   ଭାରତରେ ପରୀକ୍ଷା ଦିନକୁ ୯ ଲକ୍ଷରୁ ଅଧିକ ପରୀକ୍ଷାରେ ବୃଦ୍ଧି ପାଇଛି। ଗତକାଲି ମୋଟ ନମୁନା ପରୀକ୍ଷା ମଧ୍ୟ  ୮,୦୫,୯୮୫ଟି ହୋଇଛି | WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ଙ୍କ ପରାମର୍ଶ ଅନୁଯାୟୀ ନିୟୁତ ଜନସଂଖ୍ୟା ପିଛା 140 ରୁ ଅଧିକ ପରୀକ୍ଷାଦୈନିକ କରିବା ପାଇଁ ପରାମର୍ଶ ଦେଇଥିବା ବେଳେ  ଭାରତର ଅନେକ  ରାଜ୍ୟ /କେନ୍ଦ୍ର ଶାସିତ ଅଂଚଳ ସେମାନଙ୍କ ପରୀକ୍ଷାକୁ ବଢ଼ାଇଛନ୍ତି | 

Leave A Reply

Your email address will not be published.