ସ୍ବାସ୍ଥ୍ୟ ବିଭାଗର କର୍ମୀ ଦୁର୍ଘଟଣା ଗ୍ରସ୍ତ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି

0

 ମ. ରାମପୁରରୁ ଜଗତ ରାମ ସାହୁ :କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଅରସ୍କୁପା ଗ୍ରାମର ରାସ୍ତା ପାର୍ଶ୍ବରେ ଏକ ବୋଲେରୋ ଗାଡ଼ି ଦୁର୍ଘଟଣା ଗ୍ରସ୍ତ। ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୧୦ ଟା ସମୟରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିଛି କର୍ମଚାରୀ ମୋହନଙ୍ଗିରି କୁ କୋରୋନ ପରୀକ୍ଷଣ କରିବା ପାଇଁ ଯିବା ସମୟରେ ଅରସ୍କୁପା ଗ୍ରାମ ନିକଟ ଏକ ପୋଲ ପାଖରେ ଗାଡ଼ି ଟି ଭାରସାମ୍ୟ ହରେଇ  ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡିଥିଲା।ଏଥିରେ ୬ ଜଣ କର୍ମଚାରୀ ଥିବା ବେଳେ ସମସ୍ତେ ସାମାନ୍ୟ ଆହତ ହେଉଛନ୍ତି କିନ୍ତୁ କେହି ବି ମୃତାହତ ହୋଇନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।ସମସ୍ତଙ୍କୁ  ସ୍ଥାନୀୟ ଲୋକେ ଉଦ୍ଧାର କରି ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥୟକେନ୍ଦ୍ରକୁ ପଠାଇ ଥିବା ଜଣାପଡିଛି।

 

Leave A Reply

Your email address will not be published.