ରାମ ମାଧବ, ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ମଣିପୁର କଂଗ୍ରେସର ୫ ପୂର୍ବତନ ବିଧାୟକ 

0

ଭୁବନେଶ୍ବର(ଶାସକ ପ୍ରଶାସକ) – ମଣିପୁର କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା ୫ ଜଣ ପୂର୍ବତନ ବିଧାୟକ ଆଜି ବିଜେପିରେ ଯୋଗଦେଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ରାମ ମାଧବ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ବୀରେନ ସିଂଙ୍କ ଉପସ୍ଥିତିରେ ମଣିପୁର କଂଗ୍ରେସର ୫ ପୂର୍ବତନ ବିଧାୟକ ଶ୍ରୀ ଓକ୍ରମ ହେନରୀ ସିଂ, ଶ୍ରୀ ଓଇନାମ ଲୁଖୋଇ ସିଂ, ଶ୍ରୀ ନାମଥାଙ୍ଗ ହୋକିପ, ଶ୍ରୀ ପାଓନାମ ବ୍ରଜେନ ଏବଂ ଶ୍ରୀ ଜିନସୁଆହୁଙ୍କୁ ବିଜେପିରେ ସାମିଲ କରାଇଥିଲେ। ବିଜେପିରେ ଯୋଗଦେବା ପରେ ସେମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ ଏବଂ ମଣିପୁର ତଥା ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରର ବିକାଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଅଭିଯାନ ନେଇ ଉତ୍ସାହ ପ୍ରକାଶ କରିଥିଲେ। 

  ନିକଟରେ ମଣିପୁରରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ କେନ୍ଦ୍ରୀୟ ନେତୃବୃନ୍ଦ ଶ୍ରୀ ପଣ୍ଡା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଦାୟିତ୍ବ ଦେଇଥିଲେ। ମଣିପୁରରେ ହୋଇଥିବା ଅସ୍ଥା ଭୋଟ୍‌ରେ ବିଜେପି ବିଜୟୀ ହୋଇଥିଲା। ଏହି ବିଧାୟକ ମାନେ ଭୋଟ ଦେବାରୁ ବିରତ ରହି ନିଜ ପଦରୁ ଇସ୍ତଫା ଦେଇଥିଲ। ଆଜି ଏହି ପୂର୍ବତନ ବିଧାୟକମାନେ ବିଜେପିର କେନ୍ଦ୍ରୀୟ କାର୍ଯାଳୟରେ ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ପଣ୍ଡା ଏହି ନେତା ମାନଙ୍କୁ ପିଜେପିର ଉତ୍ତରୀୟ ଦେଇ ପାର୍ଟିରେ ସାମିଲ କରାଇଥିଲେ।

Leave A Reply

Your email address will not be published.