ଗୋଣ୍ଡୱାନା ସମାଜଦ୍ବାରା ଜିଲ୍ଲାପାଳଙ୍କୁ ଦିଆଯିବ ଦାବୀପତ୍ର। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଜିଲ୍ଲା ଗୋଣ୍ଡୱାନା ଗୋଣ୍ଡ ସମାଜ ଓ ସମ୍ମିଳିତ ଆଦିବାସୀ ସମାଜର ମହାସଚିବ ଶ୍ରୀ ପ୍ରଭାକର ଓରାମ ଗଣମାଧ୍ୟମକୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଇଛନ୍ତି ଯେ ଆସନ୍ତା କାଲି ଜିଲ୍ଲା ସମାଜ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ। ଆଦିବାସୀ ସମାଜର ସମସ୍ତ ପ୍ରକାରର ସମସ୍ୟାକୁ ନେଇ ଆସନ୍ତା କାଲି କୋଭିଡ-19ର ସମସ୍ତ ନିୟମକୁ ପାଳନ କରି ଏକ ଶୋଭାଯାତ୍ରା କରି ଏହି ଦାବୀପତ୍ର ପ୍ରଦାନ କରାଯିବ। ଏହି ଶୋଭାଯାତ୍ରାରେ ପଚିଶରୁ ତିରିଶ ପ୍ରଦର୍ଶନକାରୀ ପାରମ୍ପରିକ ଆଦିବାସୀ ବେଶଭୂଷାରେ ସକାଳ ୧୦ଟା ରୁ ଦ୍ବିପହର ୧୨ଟା ପର୍ଯ୍ୟନ୍ତ ଭାଗନେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.