ରାସ୍ତା ଉପରେ ପାଣି, ୧୦ଟି ଗ୍ରାମର ଲୋକେ , ଯାତାୟତ ପାଇଁ ଠପ୍ 

0

ବୌଦ୍ଧ( ସାଶକ ପ୍ରଶାସକ )– ଗତ କାଲିର ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ୩ପୁଟ ପାଣି ପ୍ରବାହିତ ହେଉଥିବା ଯୋଗୁଁ ବୌଦ୍ଧ ଜିଲ୍ଲା ରକ୍ସା ପଞ୍ଚାୟତରେ ଲୋକଙ୍କ ପାଇଁ ଯାତାୟତ ଠପ୍ ହୋଇପଡିଛି । ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ୫୭ନମ୍ବର ଜାତୀୟ ରାଜପଥର ଦହ୍ୟା ଛକ ଠାରୁ ରକ୍ସା ରାସ୍ତାରେ ଦୁଇ କିଲୋମିଟର ଦୂରରେ ଥିବା ଗହୀର ।ମୁଣ୍ଡା ନାଳରେ ୩ପୁଟ ଉଚ୍ଚ଼ତାରେ ବନ୍ୟାପାଣି ପ୍ରବାହିତ ହେବା ଫଳରେ ୧୦ଖଣ୍ଡ ଗ୍ରାମର ଲୋକମାନେ ଯିବା ଆସିବା ରାସ୍ତା ଠପ୍  ହୋଇପଡିଛି । ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହୋଇଛି ହେଲେ ସେତୁ ନିର୍ମାଣ ନ ହେବାରୁ ବନ୍ୟା ସୃଷ୍ଟି ହୋଇ ଯୋଗାଯୋଗ ବିଛିନ୍ନ ହେବା ସହିତ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ ।

Leave A Reply

Your email address will not be published.